ନୟାଗଡ଼ ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ କଂଗ୍ରେସରୁ ନିଲମ୍ବିତ

ନୟାଗଡ଼: ନୟାଗଡ଼ ଏନଏସି ଅଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ଓ ଉପାଧ୍ୟକ୍ଷ ରଶ୍ମିତା ମହାପାତ୍ରଙ୍କୁ କଂଗ୍ରେସ ଦଳରୁ ନିଲମ୍ୱିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟପାଇଁ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଲାଲା ମନୋଜ ରାୟ ସେମାନଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି। ତେବେ ନୟାଗଡ଼ ଏନଏସି ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା କହିଛନ୍ତି ଯେ ଦୁଇ ଦିନ ହେଲା ସେ କଂଗ୍ରେସ ଦଳକୁ  ପରିତ୍ୟାଗ କରି ସାରିଛନ୍ତି। ସମସ୍ତ କଂଗ୍ରେସ କାଉନସିଲର ତାଙ୍କ ସହିତ ଅଛନ୍ତି ଓ ଖୁବଶୀଘ୍ର ସମସ୍ତେ […]

nayagra

Rakesh Mallick
  • Published: Sunday, 11 October 2015
  • , Updated: 11 October 2015, 05:05 AM IST

ନୟାଗଡ଼: ନୟାଗଡ଼ ଏନଏସି ଅଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ଓ ଉପାଧ୍ୟକ୍ଷ ରଶ୍ମିତା ମହାପାତ୍ରଙ୍କୁ କଂଗ୍ରେସ ଦଳରୁ ନିଲମ୍ୱିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟପାଇଁ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଲାଲା ମନୋଜ ରାୟ ସେମାନଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି। ତେବେ ନୟାଗଡ଼ ଏନଏସି ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା କହିଛନ୍ତି ଯେ ଦୁଇ ଦିନ ହେଲା ସେ କଂଗ୍ରେସ ଦଳକୁ  ପରିତ୍ୟାଗ କରି ସାରିଛନ୍ତି। ସମସ୍ତ କଂଗ୍ରେସ କାଉନସିଲର ତାଙ୍କ ସହିତ ଅଛନ୍ତି ଓ ଖୁବଶୀଘ୍ର ସମସ୍ତେ ବିଜେଡ଼ିରେ ଯୋଗ ଦେବେ ବୋଲି ମଧ୍ୟ ସେ କହିଛନ୍ତି।

୧୩ଟି ୱାର୍ଡ  ବିଶିଷ୍ଟ ନୟାଗଡ ଏନଏସି କଂଗ୍ରେସ ଦଖଲରେ  ରହିଛି। କଂଗ୍ରେସର ୭ ଜଣ  କାଉନସିଲର  ଥିବା ବେଳେ  ବାକି ୬ ଜଣ ବିଜେଡିର।

Related story