ଅଟୋ-ଟ୍ରକ୍‌ ମୁହାଁମୁହିଁ, ୯ ଆହତ

ନୂଆପଡ଼ା: ଆଜି ନୂଆପଡ଼ା ଜିଲ୍ଲା କୋମନା ଘୋଟଶ୍ୱର ଗାଁ ନିକଟରେ ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ନୂଆଖାଇ ପାଇଁ ରାୟପୁରରୁ ଏକ ଅଟୋରେ ୧୧ ଜଣ ବ୍ୟକ୍ତି ନିଜ ଗାଁ ଡୁଆଝରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି। ସ୍ଥାନୀୟ […]

nuapada accident

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 10:03 AM IST

ନୂଆପଡ଼ା: ଆଜି ନୂଆପଡ଼ା ଜିଲ୍ଲା କୋମନା ଘୋଟଶ୍ୱର ଗାଁ ନିକଟରେ ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।

ନୂଆଖାଇ ପାଇଁ ରାୟପୁରରୁ ଏକ ଅଟୋରେ ୧୧ ଜଣ ବ୍ୟକ୍ତି ନିଜ ଗାଁ ଡୁଆଝରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Related story