ଚିଟଫଣ୍ଡ୍ କଟକଣା ପରେ ଲୋକଙ୍କୁ ଠକିବାର ନୂଆ ଫର୍ମୁଲା: ବାଲେଶ୍ୱରରେ ପ୍ରଡକ୍ଟ ମାର୍କେଟିଂ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରୁଛି ଘରୋଇ ସଂସ୍ଥା

ବାଲେଶ୍ୱର: ଚିଟଫଣ୍ଡ୍ କାରବାର ବନ୍ଦ ହେବା ପରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ କିଛି ଠକ କଂପାନୀ ନୂଆ ଫର୍ମୁଲା ଆପଣାଇଛନ୍ତି। ବାଲେଶ୍ୱରରେ ‘ସିକ୍ୟୁର୍ ଲାଇଫ୍’ ନାମକ ଏକ ସଂସ୍ଥା ପ୍ରଡକ୍ଟ ମାର୍କେଟିଂ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ବେଆଇନ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାର ସ୍କିମଟି ହେଉଛି କିଛି ଏମିତି। ଜଣେ ବ୍ୟକ୍ତି ସଂସ୍ଥାଠାରୁ କିଛି ସାମଗ୍ରୀ କିଣି ଏହାର ସଦସ୍ୟ ହୋଇପାରିବେ। ଏହାପରେ ସଂପୃକ୍ତ ସଦସ୍ୟ ନିଜ ଅଧୀନରେ ଦୁଇ ଜଣ […]

chit fond

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 05:17 PM IST

ବାଲେଶ୍ୱର: ଚିଟଫଣ୍ଡ୍ କାରବାର ବନ୍ଦ ହେବା ପରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ କିଛି ଠକ କଂପାନୀ ନୂଆ ଫର୍ମୁଲା ଆପଣାଇଛନ୍ତି। ବାଲେଶ୍ୱରରେ ‘ସିକ୍ୟୁର୍ ଲାଇଫ୍' ନାମକ ଏକ ସଂସ୍ଥା ପ୍ରଡକ୍ଟ ମାର୍କେଟିଂ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ବେଆଇନ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାର ସ୍କିମଟି ହେଉଛି କିଛି ଏମିତି। ଜଣେ ବ୍ୟକ୍ତି ସଂସ୍ଥାଠାରୁ କିଛି ସାମଗ୍ରୀ କିଣି ଏହାର ସଦସ୍ୟ ହୋଇପାରିବେ। ଏହାପରେ ସଂପୃକ୍ତ ସଦସ୍ୟ ନିଜ ଅଧୀନରେ ଦୁଇ ଜଣ ଗ୍ରାହକ ଯୋଗାଡ଼ କରିବେ। ଆଉ ସେମାନେ ବି ସମାନ ଉପାୟରେ ସଂସ୍ଥାର ସଦସ୍ୟ ହେବେ। ଏହି ସ୍କିମରେ ଜଣେ ସଦସ୍ୟ ମାସକୁ ୨ ଲକ୍ଷ ଓ ବର୍ଷକୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ବୋଲି କୁହାଯାଇ ଲୋକଙ୍କୁ ପ୍ରଲୋଭିତ କରାଯାଉଛି। ପୂର୍ବରୁ ସିକ୍ୟୁର୍ ଲାଇଫ କ୍ୟାପିଟାଲ ଲିମିଟେଡ୍ ନାଁରେ ଚିଟଫଣ୍ଡ କାରବାର କରୁଥିଲା ଓ ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ମଧ୍ୟ ରହିଛି।

ପଦ୍ମଲୋଚନ ସିଅଲ ନାମକ ଜଣେ ଜମାକାରୀ କହିଛନ୍ତି ଯେ ସେ ୪ ବର୍ଷ ତଳେ ସିକ୍ୟୋର ଲାଇଫରେ ୫୦,୦୦୦ ଟଙ୍କା ନିବେଶ କରିଥିଲେ। କଂପାନୀ ତିନି ବର୍ଷରେ ଦୁଇ ଗୁଣା ଟଙ୍କା ଫେରସ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ସେ କଂପାନୀଠାରୁ ଟଙ୍କାଟିଏ ବି ପାଇ ନାହାନ୍ତି। କଂପାନୀ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏହାର ମୁଖ୍ୟ କାର୍ଯ୍ୟାଳୟର ଟଙ୍କା ରିଲିଜ୍ କଲେ ତାଙ୍କୁ ଟଙ୍କା ଦିଆଯିବ।

ସେହିପରି ରଞ୍ଜନ କୁମାର ବାଗ୍ ନାମକ ବାଲେଶ୍ୱରର ଜଣେ ବ୍ୟକ୍ତି କହିଛନ୍ତି ଯେ ସିକ୍ୟୋର ଲାଇଫ୍ ଏକ ଚିଟଫଣ୍ଡ୍ କଂପାନୀ ଥିଲା। ଏବେ କଂପାନୀ ନୂଆ ଢଙ୍ଗରେ ଲୋକଙ୍କୁ ଠକିବାକୁ ଆସିଛି।

ନିକଟରେ ଏହି ସଂସ୍ଥା ପକ୍ଷରୁ ବାଲେଶ୍ୱରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୫ ଶହ ଟଙ୍କା ଲେଖାଏଁ ଦେଇ ନୂଆ କରି ଏଜେଣ୍ଟ ହୋଇଥିବା ଓ ସ୍କିମ୍ ଦ୍ୱାରା ସଫଳତା ପାଇଥିବା କିଛି ଲୋକଙ୍କୁ ସମ୍ୱର୍ଦ୍ଧିତ ମଧ୍ୟ କରାଯାଇଥିଲା। ତେବେ କଂପାନୀ ବିରୋଧରେ ଆସିଥିବା ଅଭିଯୋଗକୁ ଏହାର ବାଲେଶ୍ୱର ଜୋନ୍ ମୁଖ୍ୟ ସୁରଜିତ୍ ପରିଡ଼ା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ କଂପାନୀର ସଦସ୍ୟ ହୋଇଥିବା ଜଣେ ବି ବ୍ୟକ୍ତି ଟଙ୍କାଟିଏ ହରାଇ ନାହାନ୍ତି। ଅନ୍ୟମାନଙ୍କ ମାଧ୍ୟମରେ ଅର୍ଥ ରୋଜଗାର କରିବା ପାଇଁ କଂପାନୀ କିଛି ସ୍କିମ୍ ଚଳାଇଛି। ପ୍ରତ୍ୟେକ ସଦସ୍ୟ ଡିମାଣ୍ଡଡ୍ରାଫ୍ଟ ମାଧ୍ୟମରେ କଂପାନୀରୁ କିଛି ସାମଗ୍ରୀ କିଣିବେ। ଯଦି ଜଣେ ବ୍ୟକ୍ତି କଂପାନୀ ପାଇଁ ଆଉ ଦୁଇ ଜଣ ଗ୍ରାହକ ଯୋଗାଇ ଦେଲେ ସେ କିଛି ଅର୍ଥ ରୋଜଗାର କରିପାରିବେ।

ଅନ୍ୟପକ୍ଷରେ କଂପାନୀର ଏଭଳି ବ୍ୟବସାୟ ସଂପର୍କରେ ଜିଲ୍ଲା ପ୍ରଶାସନ ପାଖରେ କିଛି ତଥ୍ୟ ନାହିଁ। ଅତିରିକ୍ତି ଜିଲ୍ଲାପାଳ ମନ୍ମଥ କୁମାର ପାଣି ଏଭଳି ସଂସ୍ଥା ପ୍ରତି ଆକୃଷ୍ଟ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତା’ସହିତ କଂପାନୀର କାର୍ଯ୍ୟକଳାପ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Related story