ପାଳଲହଡ଼ା: ଏକାଦଶାହ ଭୋଜି ଖାଇ ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ପାଳଲହଡ଼ା: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଳକ୍‌ ଶିମିଳିପାଳ ଗାଁର ଡିଲେଶ୍ୱର ରାଉତଙ୍କ ମା’ଙ୍କର ଗତକାଲି ଏକାଦଶାହ ଭୋଜି ଖାଇ  ୫ଟି ଗାଁର ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗାଁଲୋକେ ଦିନ ବେଳା ଭୋଜି ଖାଇବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ରାତି ୧୦ଟା ପରେ ଭୋଜି ଖାଇଥିବା ଲୋକଙ୍କର ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା। ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ପାଳଲହଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ବର୍ତ୍ତମାନ ଡାକ୍ତରଖାନାରେ […]

palhada

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 11:09 AM IST

ପାଳଲହଡ଼ା: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଳକ୍‌ ଶିମିଳିପାଳ ଗାଁର ଡିଲେଶ୍ୱର ରାଉତଙ୍କ ମା’ଙ୍କର ଗତକାଲି ଏକାଦଶାହ ଭୋଜି ଖାଇ  ୫ଟି ଗାଁର ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗାଁଲୋକେ ଦିନ ବେଳା ଭୋଜି ଖାଇବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ରାତି ୧୦ଟା ପରେ ଭୋଜି ଖାଇଥିବା ଲୋକଙ୍କର ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା। ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ପାଳଲହଡ଼ା ଡାକ୍ତରଖାନାକୁ ନିଆଯାଇଥିଲା।

ବର୍ତ୍ତମାନ ଡାକ୍ତରଖାନାରେ ୪୫ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ଔଷଧ ଧରି ଘରକୁ ଫେରିଯାଇଛନ୍ତି। ଚିକିତ୍ସାଧୀନ ଥିବା ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି।

ଭୋଜି ଖାଇବା ପରେ ପିଇବା ପାଇଁ ଦିଆଯାଇଥିବା ପାଣି  ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି।

Related story