ପାରାଦୀପ ବନ୍ଦରରେ ଷ୍ଟିଭେଡରିଂ ବିବାଦ: ଦ୍ୱିପାକ୍ଷିକ ଆଲୋଚନା ବିଫଳ, ପଣ୍ୟ ପରିବହନ ନେଇ ଅଚଳାବସ୍ଥା ଜାରୀ

ପାରଦୀପ: ଷ୍ଟିଭେଡରିଂ ବିବାଦ ନେଇ ଦେଖା ଦେଇଥିବା ବିବାଦ ଏବେ ବି ଲାଗି ରହିଛି। ଶୁକ୍ରବାର ଷ୍ଟିଭେଡରିଂ ଆସୋସିଏଶନ୍ ନେତୃତ୍ୱରେ ପ୍ରାୟ ୧୦ଟି ସଂଗଠନ ଦେଇଥିବା ଦାବିପତ୍ର ନେଇ ଅପରାହ୍ନରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏଥିରେ ସମସ୍ତ ଷ୍ଟାକ୍ ହୋଲଡର ଯୋଗଦେବା ସହ ସିୱେଜ ଓ ଜିନ୍ଦଲ୍ କମ୍ପାନୀର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ୨ଘଣ୍ଟା […]

paradeep

Rakesh Mallick
  • Published: Friday, 18 September 2015
  • , Updated: 19 September 2015, 03:24 AM IST

ପାରଦୀପ: ଷ୍ଟିଭେଡରିଂ ବିବାଦ ନେଇ ଦେଖା ଦେଇଥିବା ବିବାଦ ଏବେ ବି ଲାଗି ରହିଛି। ଶୁକ୍ରବାର ଷ୍ଟିଭେଡରିଂ ଆସୋସିଏଶନ୍ ନେତୃତ୍ୱରେ ପ୍ରାୟ ୧୦ଟି ସଂଗଠନ ଦେଇଥିବା ଦାବିପତ୍ର ନେଇ ଅପରାହ୍ନରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏଥିରେ ସମସ୍ତ ଷ୍ଟାକ୍ ହୋଲଡର ଯୋଗଦେବା ସହ ସିୱେଜ ଓ ଜିନ୍ଦଲ୍ କମ୍ପାନୀର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଷ୍ଟିଭେଡରିଂ ଆସୋସିଏଶନ, ଅକ୍ୟୁପମେଣ୍ଟ ଆସୋସିଏଶନ୍, ଡ୍ରମ୍ପର ମାଲିକ ସଂଘ ସହ ସିୱେଜ ଓ ଜିନ୍ଦଲ୍ କମ୍ପାନୀ ଅଧିକାରୀମାନେ ନିଜ ଜିଦରେ ଅଟଳ ରହିଥିଲେ । ଫଲରେ ଏହି ଆଲୋଚନା ବିଫଳ ହୋଇଯାଇଥିଲା । ଏପରିସ୍ଥିତିରେ ପଣ୍ୟ ପରିବହନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବା ନେଇ ଯେଉଁ ଆଶା ଦେଖାଦେଇଥିଲା ତାହା ମଉଳି ଯାଇଛି ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିୱେଜ ସିପିଂର ଜିଏମ ମହେନ୍ଦ୍ର ସ୍ୱାଇଁ କହିଛନ୍ତି, ଆଜି ଯେଉଁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା ଏଥିରେ ଏକ ରାକେଟ କାମ କରୁଛି । ଓଏସ୍ଏଲ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହି ବିକ୍ଷୋଭ କରିଛନ୍ତି । ଆମେ ବନ୍ଦରର ନୀତି ନିୟମ ଅନୁସାରେ କାମ କରୁଛୁ ବୋଲି ସେ କହିଛନ୍ତି । ଅତରିକ୍ତ ଜିଲ୍ଲପାଳ ରାମକୃଷ୍ଣ ସାହୁ କହିଛନ୍ତି ବନ୍ଦର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ବନ୍ଦର କର୍ତ୍ତୃପକ୍ଷଙ୍କର । ଏଥିରେ ଜିଲ୍ଲା ପ୍ରଶାସନର କୌଣସି ହସ୍ତକ୍ଷେପ କରିବାର ନାହିଁ। କେବଳ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟି ରଖିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ପୋଲିସର । ଯଦିଓ ବୈଠକରେ ସେପରି କିଛି ନିଷ୍ପତ୍ତି ହୋଇନାହିଁ ତଥାପି ଉଭୟପକ୍ଷ ଶାନ୍ତିପୂର୍ଣ୍ଣ ରକ୍ଷା କରି କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସାହୁ ନିବେଦନ କରିଛନ୍ତି।

Related story