ପାରାଦୀପ: ତୈଳ ବିଶୋଧନାଗାର ପରିସରରେ ଆଜି ଏକ ଷ୍ଟିମ୍ ଗ୍ୟାସ୍ ଲିକ୍ ହୋଇ ୨ଶ୍ରମିକ ଗୁରୁତର ହୋଇଛନ୍ତି। ଆହତ ମାନେ ହେଲେ ମିର୍ ଅହମ୍ମଦ ଓ ସତୀଶ ଗୁପ୍ତା। ଏହି ଦୁଇ ଜଣ ଶ୍ରମିକ ପାୱାର ମେକ୍ ନାମକ ଏକ କମ୍ପାନି ଅଧିନରେ କାର୍ଯ୍ୟ କରୁଥିଲେ। ସକାଳୁ ୨ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଷ୍ଟିମ୍ ଗ୍ୟାସ୍ ଲିକ୍ ହୋଇଥିଲା। ବିଶୋଧନାଗାର ପରିସରରେ ବିଭିନ୍ନ ୟୁନିଟ୍ କାର୍ଯ୍ୟକ୍ଷମ ନେଇ ପରିକ୍ଷଣ କାର୍ଯ୍ୟ ଚାଲୁଥିବା ବେଳେ ଭୁଲ୍ ବଶତଃ ଏହାକୁ କେହି ଖୋଲିଦେଇଥିବା ଜଣାପଡିଛି। ଗରମ ଗ୍ୟାସ ଲିକ୍ ହେବା ପରେ ଗୁରୁତର କାମ କରୁଥିବା ୨ଜଣ ଶ୍ରମିକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ। ଆହତ ହୋଇଥିବା ଶ୍ରମିକଙ୍କୁ ସ୍ଥାନୀୟ ବିଜୁ ମେମୋରିଆଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଖବର ପ୍ରଚାରିତ ହେବା ପରେ କିଛି ସମୟ ଧରି କମ୍ପାନି ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କମ୍ପାନିର ବରିଷ୍ଠ ପଦାଧିକାରୀ ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।