ପୁରୀ: ପୁରୀ ଏସସିଏସ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେଇ ଏକାଧିକ ଛାତ୍ର ଆଡମିସନ କରିଥିବା ଘଟଣାର ସତ୍ୟାସତ ପଦାକୁ ଆସିଛି। ଚଳିତ ବର୍ଷ ଯୁକ୍ତ ୩ ପ୍ରଥମବର୍ଷର ସମସ୍ତ ବିଭାଗରେ ମୋଟ ୧୧ଶହ ଛାତ୍ର ଛାତ୍ରୀ ନାମ ଲେଖାଇଥିଲେ। ସେଥିମଧ୍ୟରୁ ଭିନ୍ନକ୍ଷମ କୋଟାରେ ଆଡମିସନ୍ କରିଥିଲେ ମୋଟ ୩୧ଜଣ ଛାତ୍ରଛାତ୍ରୀ। ପରେ ଏହି ଭିନ୍ନକ୍ଷମ କୋଟାରେ ହୋଇଥିବା ଆଡମିଶନରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ଦ୍ୱାରା ଏନେଇ ଯାଞ୍ଚ କରାଯାଇଥିଲା। ତେବେ ଏଥିରୁ ୧୨ଜଣଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଜାଲ ରହିଥିବା ରିପୋର୍ଟ ଆସିବା ପରେ କଲେଜ ପରିସରେ ଉତ୍ତେଜନା ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।
Miscellaneous
ଆଜିଠୁ ଖୋଲିବ ଧାନମଣ୍ଡି, ଆଉ ରହିବନି ଟୋକନ୍ ଟେନସନ୍
ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Miscellaneous
ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍
କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।