ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ପରିଚୟ ମିଳିନି

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ଖଣ୍ଡିଆ ବନ୍ଧ ସମଙ୍ଗ ମୌଜାର ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାଇଲନ୍ ଦଉଡ଼ିରେ ଗଛରେ ଝୁଲିଥିବା ଏହି ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକ ଜଣଙ୍କ ଖଣ୍ଡିଆବନ୍ଧ ଅଞ୍ଚଳର ନୁହନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଦଉଡ଼ିରେ ଝୁଲାଇ ଦେଇଛି ତାହା ଜଣାପଡ଼ିନାହିଁ। ପୁରୀ ସଦର ଥାନା ପୋଲିସ୍ ମୃତ ଶରୀରକୁ […]

puri..

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 01:44 PM IST

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ଖଣ୍ଡିଆ ବନ୍ଧ ସମଙ୍ଗ ମୌଜାର ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାଇଲନ୍ ଦଉଡ଼ିରେ ଗଛରେ ଝୁଲିଥିବା ଏହି ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକ ଜଣଙ୍କ ଖଣ୍ଡିଆବନ୍ଧ ଅଞ୍ଚଳର ନୁହନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଦଉଡ଼ିରେ ଝୁଲାଇ ଦେଇଛି ତାହା ଜଣାପଡ଼ିନାହିଁ। ପୁରୀ ସଦର ଥାନା ପୋଲିସ୍ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଯୁବକଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା ଚାଲିଛି ବୋଲି ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।

Related story