ସାଲେପୁର: ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୨୦ ମୃତ

ସାଲେପୁର: କଟକ ଜିଲ୍ଲା ମହାଙ୍ଗା ବ୍ଲକ୍ ପର୍ଶ୍ୱଲୁଣ୍ଡାଗଡ଼ରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଆଜି ସକାଳେ ଜଳଖିଆ ଦୋକାନକୁ ଧକ୍କା ଦେଇ ଗୋବରୀ ନଦୀ ଭିତରେ ଖସି ପଡିବାରୁ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୬୦ରୁ ଅଧିକ ଗୋରୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାସହ ଜଳଖିଆ ଦୋକାନରେ ଶୋଇଥିବା ଦୋକାନ ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁଇ ଗୋରୁ ବେପାରୀ ସେକ୍‌ ରବିଲ୍‌ […]

accident

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 07:21 PM IST

ସାଲେପୁର: କଟକ ଜିଲ୍ଲା ମହାଙ୍ଗା ବ୍ଲକ୍ ପର୍ଶ୍ୱଲୁଣ୍ଡାଗଡ଼ରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଆଜି ସକାଳେ ଜଳଖିଆ ଦୋକାନକୁ ଧକ୍କା ଦେଇ ଗୋବରୀ ନଦୀ ଭିତରେ ଖସି ପଡିବାରୁ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୬୦ରୁ ଅଧିକ ଗୋରୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାସହ ଜଳଖିଆ ଦୋକାନରେ ଶୋଇଥିବା ଦୋକାନ ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଦୁଇ ଗୋରୁ ବେପାରୀ ସେକ୍‌ ରବିଲ୍‌ ଓ ସେକ୍‌ ଜାନୁଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ଟ୍ରକ୍‌ଟିରେ ନିଆଁ ଲଗାଇ ଦେବା ସହ ମୃତ ଗୋରୁକୁ ସାଲେପୁର- କୁଆଁପାଳ ରାସ୍ତାରେ ରଖି ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

ଦୁର୍ଘଟଣାରେ ଆହତ ବାପା, ପୁଅଙ୍କୁ ସହାୟତା ରାଶି ଓ ରାତି ଅଧିଆ ବେଆଇନ ଗୋରୁ ଚାଲାଣ ବନ୍ଦ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ଗୋରୁ ବୋଝେଇ ଟ୍ରକ୍‌ଟି ନିଶ୍ଚିନ୍ତକୋଲି ବ୍ଲକ୍ ସକରାପଡ଼ା ଅଞ୍ଚଳରୁ ଭଦ୍ରକ ଯାଉଥିଲା।

Related story