ସାଲେପୁର: ସିଆର୍‌ସିସି ପରୀକ୍ଷାରେ ଅନିୟମିତତା ଅଭିଯୋଗ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ହେଇଥିବା ସିଆର୍‌ସିସି ଚୟନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକ୍‌ରେ ୧୨ଟି ସିଆର୍‌ସିସି ପଦବି ପାଇଁ ମୋଟ୍ ୪୮ ଜଣ ଶିକ୍ଷକ ପରୀକ୍ଷା ଦେଇଛନ୍ତି। ତେବେ ପରୀକ୍ଷା ପଦ୍ଧତିକୁ ଦେଖି ଏହା ଆଗରୁ ଫିକ୍ସ ହୋଇଛି ଏବଂ ପରୀକ୍ଷା କେବଳ ଔପଚାରିକତା ବୋଲି ଅଭିଯୋଗ କରିଛନ୍ତି ପରିକ୍ଷାର୍ଥୀ ଶିକ୍ଷକ। ଏପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିପିସି ପ୍ରଭାକର ବେହେରା। ସେ ନିଜ ହାତରେ ପ୍ରଶ୍ନପତ୍ର ଲେଖିଛନ୍ତି […]

crcc exam

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 03:18 PM IST

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ହେଇଥିବା ସିଆର୍‌ସିସି ଚୟନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକ୍‌ରେ ୧୨ଟି ସିଆର୍‌ସିସି ପଦବି ପାଇଁ ମୋଟ୍ ୪୮ ଜଣ ଶିକ୍ଷକ ପରୀକ୍ଷା ଦେଇଛନ୍ତି।

ତେବେ ପରୀକ୍ଷା ପଦ୍ଧତିକୁ ଦେଖି ଏହା ଆଗରୁ ଫିକ୍ସ ହୋଇଛି ଏବଂ ପରୀକ୍ଷା କେବଳ ଔପଚାରିକତା ବୋଲି ଅଭିଯୋଗ କରିଛନ୍ତି ପରିକ୍ଷାର୍ଥୀ ଶିକ୍ଷକ। ଏପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିପିସି ପ୍ରଭାକର ବେହେରା। ସେ ନିଜ ହାତରେ ପ୍ରଶ୍ନପତ୍ର ଲେଖିଛନ୍ତି ଏବଂ ଏଥିରେ କୌଣସି ଭୁଲ୍ ହୋଇନି ବୋଲି କହିଛନ୍ତି।

 

Related story