ସମ୍ବଲପୁର: ପାନୀୟଜଳ ଯୋଗାଣ ଦାବିରେ ରାଜପଥ ଅବରୋଧ

ସମ୍ବଲପୁର: ପାନୀୟଜଳ ଯୋଗାଣ ଦାବିରେ ସମ୍ବଲପୁର ନକ୍ସାପାଲି ଅଞ୍ଚଳବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବାରୁ ଆଜି ହାତରେ ମାଠିଅ ଧରି ରାଜପଥ ଅବରୋଧ କରିଥଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା। ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶୀଘ୍ର ଜଳ ଯୋଗାଣ ନେଇ ପ୍ରତିଶ୍ରୁତି […]

smb-rasta-roko

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 10:26 AM IST

ସମ୍ବଲପୁର: ପାନୀୟଜଳ ଯୋଗାଣ ଦାବିରେ ସମ୍ବଲପୁର ନକ୍ସାପାଲି ଅଞ୍ଚଳବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବାରୁ ଆଜି ହାତରେ ମାଠିଅ ଧରି ରାଜପଥ ଅବରୋଧ କରିଥଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା।

ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶୀଘ୍ର ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ଦେବା ପରେ ରସ୍ତାରୋକ ହଟିଥିଲା।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ କାରଣରୁ ନକ୍ସାପାଲି ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ପିଏଚ୍‌ଡି ବିଭାଗ ପକ୍ଷରୁ ପାଇପ ଲାଇନ ବିଛା ଯାଇଥିଲେ ମଧ୍ୟ ଏଥିରେ ନିୟମିତ ପାଣି ଆସୁନାହିଁ। ଏହାସହ ଅଞ୍ଚଳରେ ଥିବା ନଳକୂପରୁ ପାଣି ବାହାରୁ ନାହିଁ। ଫଳରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Related story