ସାରଥୀ ମାମଲା:  ବିବାଦୀୟ ଯୁବତୀଙ୍କ ବୟାନ ପୁଣି ରେକର୍ଡ

କଟକ: ସାରଥୀ ମାମଲାର ବିବାଦୀୟ ଯୁବତୀଙ୍କ ପୁଣି ଥରେ ବୟାନ ରେକର୍ଡ ହୋଇଛି। କଟକ ଜେଏମ୍ଏଫସି କୋର୍ଟରେ ୧୬୪ ଧାରା ଅନୁଯାୟୀ ସଂପୃକ୍ତି ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚର ଏତଲା ୧୯/୨୦୧୫ ଆଧାରରେ ଏହି ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ୧୭/୨୦୧୫ ମାମଲାରେ ବୟାନ ରେକର୍ଡ କରାଯାଇଥିଲା।