ସ୍କୁଲ ପିଲାଙ୍କୁ ଭତ୍ତା ଦେବା ପ୍ରସଙ୍ଗ: ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ରକୁ ରାଜ୍ୟର ଅନୁରୋଧ

ଭୁବନେଶ୍ୱର: ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ବାବଦକୁ ଖାଦ୍ୟ ନ ମିଳିଲେ ଭତ୍ତା ଦେବା ଲାଗି ନଷ୍ପତ୍ତି ନେଇଛନ୍ତି। କିନ୍ତୁ କେନ୍ଦ୍ରର ଏ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହଯାଇଛି। ସ୍କୁଲ […]

vatha

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 04:29 PM IST

ଭୁବନେଶ୍ୱର: ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ବାବଦକୁ ଖାଦ୍ୟ ନ ମିଳିଲେ ଭତ୍ତା ଦେବା ଲାଗି ନଷ୍ପତ୍ତି ନେଇଛନ୍ତି। କିନ୍ତୁ କେନ୍ଦ୍ରର ଏ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହଯାଇଛି। ସ୍କୁଲ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇବାକୁ ମଧ୍ୟାନ୍ନ ଭୋଜନ ଯୋଜନାର ଲକ୍ଷ୍ୟ ରହିଥିଲା। ତେବେ କେନ୍ଦ୍ର ସରକାଙ୍କ ଏ ନିଷ୍ପତ୍ତି ଦ୍ୱାରା ଓ ଏହି ଉଦ୍ଦେଶ୍ୟ ବ୍ୟାହତ ହେବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତିରେ ଜଣାଯାଇଛି। ତେଣୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଛି।

Related story