ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ: ଗଲା ୩ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଓ ଗୋବିନ୍ଦପାଲି ଅଞ୍ଚଳରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ସାଙ୍ଗକୁ ବର୍ଷା ହେବାରୁ କିଛି ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି।  ଗୋବିନ୍ଦପାଲିର ୫ଜଣ ପିଲା ଆମ୍ୱ ଗୋଟାଇବାକୁ ଯାଇଥିବା ବେଳେ ଗଛଡ଼ାଳ ଭାଙ୍ଗି ୨ଜଣ ପିଲାଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ମାଥିଲି ଅଞ୍ଚଳରେ ଗଛ ପଡ଼ି ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

malkangiri

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 02:12 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଓ ଗୋବିନ୍ଦପାଲି ଅଞ୍ଚଳରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ସାଙ୍ଗକୁ ବର୍ଷା ହେବାରୁ କିଛି ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି।  ଗୋବିନ୍ଦପାଲିର ୫ଜଣ ପିଲା ଆମ୍ୱ ଗୋଟାଇବାକୁ ଯାଇଥିବା ବେଳେ ଗଛଡ଼ାଳ ଭାଙ୍ଗି ୨ଜଣ ପିଲାଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ସେହିପରି ମାଥିଲି ଅଞ୍ଚଳରେ ଗଛ ପଡ଼ି ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

Related story