ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ରାୟଗଡ଼ା: ଖଣି ଖନନ ଅନୁମତି ଦାବିରେ ରାୟଗଡ଼ା ଜିଲ୍ଲା ଥେରୁବାଲିର ଇମ୍ଫା ଶ୍ରମିକ ଓ କର୍ମଚାରୀମାନେ କାରଖାନା ଆଗରେ ଧାରଣା ଦେଇଛନ୍ତି। ଗତ ୧୯ତାରିଖଠାରୁ ଏହି କାରଖାନାର ୩ଟି ପ୍ଲାଣ୍ଟ ବନ୍ଦ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଇମ୍ଫାର ସୁକିନ୍ଦା ଭେଲିରୁ ଖଣି ଖନନ ପାଇଁ ଅନୁମତି ପ୍ରତ୍ୟାହାର କରାଯିବା ପରେ ଏବେ କାରଖାନାକୁ କ୍ରୋମ ପଥର ଯୋଗାଣ ବନ୍ଦ ରହିଛି। ଫଳରେ କାରଖାନାର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଇମ୍ଫା କାରଖାନା ବନ୍ଦ ଯୋଗୁ ଶହ ଶହ ଶ୍ରମିକ ସେମାନଙ୍କ ଜୀବିକା ହରାଇବାକୁ ବସିଛନ୍ତି। କମ୍ପାନୀ ବନ୍ଦ ହେବା ଦ୍ୱାରା ପ୍ରାୟ ୧୫ଶହ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଖଣି ଖନନ ପାଇଁ ପୁନର୍ବାର ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଦେଇଛନ୍ତି ଶ୍ରମିକ ଓ କର୍ମଚାରୀ। ଅନ୍ୟପଟେ କମ୍ପାନୀକୁ କଞ୍ଚାମାଲ ବନ୍ଦ ପରେ କାରଖାନା ଚଳାଇବା ପାଇଁ କୌଣସି ବିକଳ୍ପ ପନ୍ଥା ନ ଥିବା କହିଛନ୍ତି ଇମ୍ଫା କର୍ତ୍ତୃପକ୍ଷ। ଖୁବଶୀଘ୍ର ଖଣି ଖନନ ପାଇଁ ଅନୁମତି ମିଳିବ ବୋଲି ଆଶା ରଖିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।