Advertisment

ଘରୋଇ କଲେଜରେ ମେଡିକାଲ ପାଠ ପଢ଼ିବାକୁ ଦରକାର କେତେ ଟଙ୍କା? ଶୁଣିଲେ ହେବେ ଆଶ୍ଚର୍ଯ୍ୟ

୨୦୨୩-୨୪ରେ ୨୦ ଲକ୍ଷରୁ ଅଧିକ ପିଲା ନିଟ-ୟୁଜି ପରୀକ୍ଷା ଦେଇଥିବାବେଳେ ୧.୭ ଲକ୍ଷ ମେଡିକାଲ ଆଶାୟୀ ନିଟ-ପିଜି ପାଇଁ ପଞ୍ଜୀକରଣ କରିଥିଲେ।

ଅଦ୍ୟତନ ହୋଇଛି
Medical College

Medical College

Advertisment

ଭାରତରେ ମେଡିକାଲ ପାଠ୍ୟକ୍ରମର ଚାହିଦା ବେଶ ଅଧିକ। ଡାକ୍ତର ହେବାକୁ ଇଚ୍ଛା କରୁଥିବା ଲକ୍ଷାଧିକ ଶିକ୍ଷାର୍ଥୀ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଥିବା ସୀମିତ ସିଟ୍‌ ପାଇଁ ସବୁବେଳେ ପ୍ରତିଯୋଗିତା କରୁଛନ୍ତି।

Advertisment

୨୦୨୩-୨୪ରେ ୨୦ ଲକ୍ଷରୁ ଅଧିକ ପିଲା ନିଟ-ୟୁଜି ପରୀକ୍ଷା ଦେଇଥିବାବେଳେ ୧.୭ ଲକ୍ଷ ମେଡିକାଲ ଆଶାୟୀ ନିଟ-ପିଜି ପାଇଁ ପଞ୍ଜୀକରଣ କରିଥିଲେ। ଏଥିରୁ ମେଡିକାଲ ଶିକ୍ଷା ପାଇଁ ଦେଶର ପିଲାମାନଙ୍କ ମଧ୍ୟରେ କେତେ ଆଗ୍ରହ ରହିଛି, ତା’ହା ସ୍ପଷ୍ଟ ହୋଇଛି।

ତୀବ୍ର ପ୍ରତିଯୋଗିତା ଓ ଚ୍ୟାଲେଞ୍ଜ ସତ୍ତ୍ୱେ ପିଲାମାନେ ମେଡିକାଲ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଅଧିକ ଚେଷ୍ଟା କରୁଛନ୍ତି। ଏଥିପାଇଁ ସରକାରୀ କଲେଜରେ ସିଟ ପାଉ ନଥିବା ପିଲାମାନେ ଘରୋଇ ମେଡିକାଲ ସଂସ୍ଥାରେ ନାଁ ଲେଖାଉଛନ୍ତି।

Advertisment

ହେଲେ ଭାରତରେ ଘରୋଇ କଲେଜରେ ପାଠ ପଢ଼ିବା ପାଇଁ ଆବଶ୍ୟକ ହେଉଥିବା କୋର୍ସ ଫି’ ପିଲାମାନଙ୍କ ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୋଇଛି। ଅନେକ ପିଲା ଟଙ୍କା ପାଇଁ ନିଜ ଇଚ୍ଛାର ବଳିଦାନ ଦେବାକୁ ବାଧ୍ୟ ହେଉଛନ୍ତି।

ଘରୋଇ ମେଡିକାଲ କଲେଜ ବନାମ ସରକାରୀ ମେଡିକାଲ କଲେଜ

ସରକାରୀ ମେଡିକାଲ କଲେଜ ତୁଳନାରେ ଘରୋଇ ମେଡିକାଲ କଲେଜରେ ଟ୍ୟୁସନ ଫି’ ଅତ୍ୟନ୍ତ ଅଧିକ। ସରକାରୀ କଲେଜ ଗୁଡ଼ିକ ବାର୍ଷିକ ମାତ୍ର କେଇ ହଜାର ଟଙ୍କା ଟ୍ୟୁସନ ଫି’ ବାବଦରେ ନେଉଛନ୍ତି। କିନ୍ତୁ ଘରୋଇ କଲେଜରେ ଅଣ୍ଡର ଗ୍ରାଜ୍ୟୁଏଟ(ଏମବିବିଏସ) ପାଇଁ ବାର୍ଷିକ ୧୦ ଲକ୍ଷରୁ ୨୫ ଲକ୍ଷ ଯାଏ ଚାର୍ଜ କରୁଛନ୍ତି।

ପୋଷ୍ଟ ଗ୍ରାଜ୍ୟୁଏଟ(ଏମଡି,ଏମଏସ) ଓ ଡିପ୍ଲୋମା କୋର୍ସର ଫି’ ଏହାଠାରୁ ଅଧିକ। କିଛି ସଂସ୍ଥା ପୂରା କୋର୍ସ ପାଇଁ ୧ କୋଟି ଟଙ୍କା ଯାଏ ନେଉଛନ୍ତି। ଏହି ଆଖି ଖୋସି ହେଲା ଭଳି ଫି’ ଯୋଗୁ ଅନେକ ଆଶାୟୀ ଡାକ୍ତର ବିନା ଋଣ କିମ୍ବା ବୃତ୍ତି ବିନା ଆଗକୁ ବଢ଼ି ପାରୁ ନାହାନ୍ତି।

ଦେଶରେ ଥିବା କିଛି ଘରୋଇ ମେଡିକାଲ କଲେଜ ଓ ସେମାନଙ୍କ ଫି’

ଘରୋଇ କଲେଜରେ ପାଠ ପଢ଼ିବା ପାଇଁ ନିଆ ଯାଉଥିବା ଫି’ ସ୍ଥାନ ଓ ଏହାର ନାଁ ଅନୁସାରେ ବଦଳି ଥାଏ। ତେବେ କିଛି ଖ୍ୟାତନାମା ଘରୋଇ ମେଡିକାଲ କଲେଜ ଓ ସେମାନେ ନେଉଥିବା ବାର୍ଷିକ ଫି’ ଉପରେ ଥରେ ନଜର ପକାନ୍ତୁ।

୧- ଖ୍ରୀଷ୍ଟିୟାନ ମେଡିକାଲ କଲେଜ(ସିଏମସି)- ଭେଲ୍ଲୋର,ତାମିଲନାଡୁ- ବାର୍ଷିକ ଫି’(ୟୁଜି)- ୫୦ ହଜାରୁ ୧ ଲକ୍ଷ ଓ ପିଜି ପାଇଁ ୧.୨୫ ଲକ୍ଷରୁ ୨ ଲକ୍ଷ

୨- କସ୍ତୁରବା ମେଡିକାଲ କଲେଜ(କେଏମସି)- ମଣିପାଲ,କର୍ଣ୍ଣାଟକା- ୟୁଜି ପାଇଁ ୧୪ରୁ ୧୬ ଲକ୍ଷ ଓ ପିଜି ପାଇଁ ୨୦ ଲକ୍ଷରୁ ୫୦ ଲକ୍ଷ

୩- ଏସଆରଏମ ମେଡିକାଲ କଲେଜ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର- ଚେନ୍ନାଇ, ତାମିଲନାଡୁ – ୟୁଜି ପାଇଁ ୨୨ ଲକ୍ଷରୁ ୨୪ ଲକ୍ଷ ଓ ପିଜି ପାଇଁ ୨୫ ଲକ୍ଷରୁ ୨୮ ଲକ୍ଷ

୪- ଅମୃତା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ – କୋଚି, କେରଳ – ୟୁଜି ପାଇଁ ୧୮ ଲକ୍ଷରୁ ଲକ୍ଷ ଓ ପିଜି ପାଇଁ ୨୦ ଲକ୍ଷରୁ ୨୨ ଲକ୍ଷ

୫- ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ – ପୁଣେ, ମହାରାଷ୍ଟ୍ର- ୟୁଜି ପାଇଁ ୨୧ ଲକ୍ଷରୁ ୨୩ ଲକ୍ଷ ଓ ପିଜି ପାଇଁ ୨୩ ଲକ୍ଷରୁ ୨୬ ଲକ୍ଷ

୬- ଆସାମ ମେଡିକାଲ କଲେଜ – ଦିବ୍ରୁଗଡ଼, ଆସାମ- ୟୁଜି ପାଇଁ ୭ ଲକ୍ଷରୁ ୮ ଲକ୍ଷ ଓ ପିଜି ପାଇଁ ୧୦ ଲକ୍ଷରୁ ୧୨ ଲକ୍ଷ

୭- ସିକ୍କିମ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ- ଗାଙ୍ଗଟକ, ସିକ୍କିମ- ୟୁଜି ପାଇଁ ୧୬ ଲକ୍ଷରୁ ୧୮ ଲକ୍ଷ ଓ ପିଜି ପାଇଁ ୧୮ ଲକ୍ଷରୁ ୨୦ ଲକ୍ଷ

୮- ସନ୍ତୋଷ ମେଡିକାଲ କଲେଜ- ଗାଜିଆବାଦ, ଉତ୍ତର ପ୍ରଦେଶ – ୟୁଜି ପାଇଁ ୨୦ ଲକ୍ଷରୁ ୨୨ ଲକ୍ଷ ଓ ପିଜି ପାଇଁ ୨୨ ଲକ୍ଷରୁ ୨୪ ଲକ୍ଷ

୯- ଡିୱାଇ ପାଟିଲ ମେଡିକାଲ କଲେଜ – ମୁମ୍ବାଇ, ମହାରାଷ୍ଟ୍ର- ୟୁଜି ପାଇଁ ୨୪ ଲକ୍ଷରୁ ୨୬ ଲକ୍ଷ ଓ ପିଜି ପାଇଁ ୨୬ ଲକ୍ଷରୁ ୨୮ ଲକ୍ଷ

୧୦- କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(କିମ୍ସ)- ଭୁବନେଶ୍ୱର, ଓଡ଼ିଶା – ୟୁଜି ପାଇଁ ୧୮ ଲକ୍ଷରୁ ୨୦ ଲକ୍ଷ ଓ ପିଜି ପାଇଁ ୨୦ ଲକ୍ଷରୁ ୨୨ ଲକ୍ଷ

କାହିଁକି ଘରୋଇ ମେଡିକାଲ କଲେଜରେ ଫି’ ଏତେ ଅଧିକ?

ଏକାଧିକ କାରଣ ପାଇଁ ଘରୋଇ ମେଡିକାଲ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଖର୍ଚ୍ଚ ମହଙ୍ଗା ହେଉଛି। ସେଗୁଡ଼ିକ ହେଲା-

ଭିତ୍ତିଭୂମି- ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅତ୍ୟାଧୁନିକ ଭିତ୍ତିଭୂମି ପାଇଁ ଅଧିକ ନିବେଶ କରୁଛନ୍ତି। ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ମେଡିକାଲ ଇକ୍ୟୁପମେଣ୍ଟ ଓ ବ୍ୟବସ୍ଥା ଉପଲବ୍ଧ ହେଉଛି।

ଶିକ୍ଷକଙ୍କ ଦରମା: ଆକର୍ଷଣୀୟ ଓ ଅଭିଜ୍ଞ ଫ୍ୟାକଲ୍ଟୀ ଅଧିକ ଦରମା ନିଅନ୍ତି। ବିଶେଷ କରି ସ୍ୱତନ୍ତ୍ରତା ରଖିଥିବା ଶିକ୍ଷକମାନେ ଅଧିକ ଦରମା ଦାବି କରନ୍ତି। ଉଚ୍ଚ ଗୁଣବତ୍ତା ଟିଚିଂ ଷ୍ଟାଫ ମଧ୍ୟ ଅଧିକ ଦରମା ଆବଶ୍ୟକ କରନ୍ତି।

ମେଡିକାଲ ସିଟର ଚାହିଦା – ସରକାରୀ ସ୍ତରରେ କମ ସିଟ ଥିବା ବେଳେ ଲକ୍ଷାଧିକ ପିଲା ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର କୋର୍ସ ଫି’କୁ ଉଚ୍ଚା ରଖୁଛନ୍ତି।

ସରକାରୀ ପାଣ୍ଠି ମିଳୁନି- ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଭଳି ଘରୋଇ କଲେଜକୁ କୌଣସି ପ୍ରକାରର ସରକାରୀ ଅନୁଦାନ ମିଳୁ ନାହିଁ। ଏଥିଯୋଗୁ ସେମାନେ କୋର୍ସ ଫି’କୁ ଅଧିକ ରଖୁଛନ୍ତି।

Odisha Medical College Medical College Seats
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe