୧୫ ଦିନରେ ‘କାବିଲ’ର ରୋଜଗାର ୧୨୬ କୋଟି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଓ ୟାମୀ ଗୌତମଙ୍କ ଅଭିନିତ ଫିଲ୍ମ ‘କାବିଲ’ ବକ୍ସ ଅଫିସ୍‌ରେ ଭଲ ରୋଜଗାର କରିଛି। ଗତ ୧୫ ଦିନରେ ଏହି ଫିଲ୍ମ ୧୨୬ କୋଟି ଟଙ୍କା ଆୟ କରିଛି। ଏହି ସଫଳତାର ଶ୍ରେୟ ପିତା ରାକେଶ ରୋଶନଙ୍କୁ ଦେଇଛନ୍ତି ହ୍ରିତିକ।

ଶାହାରୁଖ ଖାନଙ୍କ ଫିଲ୍ମ ‘ରଇଜ’ ସହିତ ‘କାବିଲ’ ରିଲିଜ ହୋଇଥିଲା। ଏହା ସତ୍ତ୍ୱେ କାବିଲକୁ ଅଧିକ ସଫଳତା ମିଳିଥିବାରୁ ହ୍ରିତିକ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।