ଆସିବ ମାୟାବତୀଙ୍କ ବାୟୋପିକ୍: ବିଦ୍ୟା ବାଲାନ୍‌ କରିବେ ଲିଡ୍‌ ରୋଲ୍

ମୁମ୍ବାଇ: ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍‌ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଛି ବାୟୋପିକ୍‌। ତେବେ ଆଗକୁ ନିର୍ବାଚନ ଥିବା ବେଳେ ରାଜନୀତିରେ ଯେପରି ତାତି ଦେଖିବାକୁ ମିଳୁଛି ସେପରି ରାଜନେତାଙ୍କୁ ନେଇ ତିଆରି ହେଉଥିବା ବାୟୋପିକ ପ୍ରତି ଫ୍ୟାନ୍‌ଙ୍କ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି। ତେବେ ଆଗକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଉପରେ ଫିଲ୍ମ ହେବାକୁ ଥିବା ବେଳେ ଉତ୍ତରପ୍ରଦେଶର […]

mayavati

mayavati

Chinmayee Roy
  • Published: Friday, 05 April 2019
  • Updated: 05 April 2019, 12:11 PM IST

Sports

Latest News

ମୁମ୍ବାଇ: ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍‌ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଛି ବାୟୋପିକ୍‌। ତେବେ ଆଗକୁ ନିର୍ବାଚନ ଥିବା ବେଳେ ରାଜନୀତିରେ ଯେପରି ତାତି ଦେଖିବାକୁ ମିଳୁଛି ସେପରି ରାଜନେତାଙ୍କୁ ନେଇ ତିଆରି ହେଉଥିବା ବାୟୋପିକ ପ୍ରତି ଫ୍ୟାନ୍‌ଙ୍କ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି। ତେବେ ଆଗକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଉପରେ ଫିଲ୍ମ ହେବାକୁ ଥିବା ବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଉପରେ ମଧ୍ୟ  ଫିଲ୍ମ ନିର୍ମାଣ ହେବ ବୋଲି ଶୁଣିବାକୁ ମିଳିଛି।

https://www.instagram.com/p/BrJZkInFRLY/?utm_source=ig_web_copy_link

ସୂଚନା ମୁତାବକ, ମାୟାବତୀଙ୍କ ବାୟୋପିକ୍‌କୁ ସୁଭାଷ କପୁର ନିର୍ଦ୍ଦେଶନା ଦେବେ। ତେବେ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ଏହି ରୋଲ୍‌ ପାଇଁ ଅନେକ ଅଭିନେତ୍ରୀଙ୍କ ନାଁ ଲିଷ୍ଟରେ ସାମିଲ ହୋଇଥିଲା ହେଲେ ଶେଷରେ ବିଦ୍ୟାଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ହେଲେ ଏହି ଫିଲ୍ମକୁ ନେଇ ସୁଭାଷ କପୁର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

https://www.instagram.com/p/BihqPCIH5bN/?utm_source=ig_web_copy_link

ଏବେ ଏହି ଖବର ସାମ୍ନାକୁ ଆସିବା ପରେ ମାୟାବତୀଙ୍କ ବାୟୋପିକ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ଫିଲ୍ମ ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ନରେନ୍ଦ୍ର ମୋଦିଙ୍କ ଫିଲ୍ମକୁ ନେଇ ମଧ୍ୟ କ୍ରେଜ୍ ରହିଛି। ତେଣୁ ମାୟାବତୀଙ୍କ ବାୟୋପିକ୍‌ ପାଇଁ ମଧ୍ୟ ଦର୍ଶକଙ୍କ ଭିତରେ ଏହି କ୍ରେଜ୍‌ ରହିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos