ଦୂତୀଙ୍କୁ ନେଇ ତିଆରି ହେବ ବଲିଉଡ୍ ଫିଲ୍ମ: ଏହି ଅଭିନେତ୍ରୀଙ୍କୁ ନିଜ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି ଦୌଡ଼ ରାଣୀ

ମୁମ୍ବାଇ: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ […]

dutee-chand

dutee-chand

Chinmayee Roy
  • Published: Monday, 24 June 2019
  • Updated: 24 June 2019, 09:36 AM IST

Sports

Latest News

ମୁମ୍ବାଇ: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ ଦୂତୀଙ୍କ ଉପରେ ଖୁବ୍‌ଶୀଘ୍ର ଏକ ବଲିଉଡ ବାୟୋପିକ୍‌ ଫିଲ୍ମ ତିଆରି ହେବାକୁ ଯାଉଛି।

https://www.instagram.com/p/ByEqNngFf6D/?utm_source=ig_web_copy_link

ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ ଅନେକ ଫିଲ୍ମ ନିର୍ମାତା ଦୂତୀଙ୍କ ସହ ସମ୍ପର୍କ କରିସାରିଲେଣି। ଦୂତୀଙ୍କ କହିବା ମୁତାବକ ଅଭିନେତ୍ରୀ କଙ୍ଗନା ରାଣାୱତ ହିଁ ଏହି ରୋଲ୍‌ ପାଇଁ ଏକଦମ୍‌ ଫିଟ୍‌। ହେଲେ କଙ୍ଗନା ଏହି ଫିଲ୍ମ ସାଇନ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।

https://www.instagram.com/p/By645cMlSqt/?utm_source=ig_web_copy_link

ଏକ ସାକ୍ଷାତକାରରେ ଦୂତୀ କହିଛନ୍ତି ଯେ, ଅନୀଲ କପୁର ଓ ରାକେଶ ଓମପ୍ରକାଶ ତାଙ୍କୁ ଫିଲ୍ମର ରାଇଟ୍ସ ମାଗିଛନ୍ତି। ସେମାନେ ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ହେଲେ ଦୂତୀ ଏପର୍ଯ୍ୟନ୍ତ କାହାକୁ ବି ହଁ କହି ନାହାଁନ୍ତି। ଏହା ବ୍ୟତୀତ ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କୁ ଭେଟି ସାରିଲେଣି। ଶେଷରେ ଦୂତୀ କହିଛନ୍ତି, ‘ଲାଗୁଛି ମୋ ଷ୍ଟୋରୀ ବହୁତ ହିଟ୍‌ ହେବ।’

ଜଣାଇଦେବାକୁ ଚାହୁଁ ଯେ ଦୂତୀଙ୍କ ପୂର୍ବରୁ ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂହଙ୍କୁ ନେଇ ମଧ୍ୟ ଏକ ବଲିଉଡ ଫିଲ୍ମ ତିଆରି ହୋଇସାରିଛି। ଏଥିରେ ବଲିଉଡର ଲୋକପ୍ରିୟ କଳାକାର ମନୋଜ ବାଜପାୟୀ ବୁଦ୍ଧିଆଙ୍କ କୋଚ ଭୂମିକାରେ ଓ ମୟୁର ପଟୋଲେ ବୁଦ୍ଧିଆଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ୨୦୧୬ରେ ରିଲିଜ୍‌ ହୋଇଥିଲା। ଯାହାର ନିର୍ଦ୍ଦେଶନା ଦେଇଥିଲେ ସୌମେନ୍ଦ୍ର ପାଢ଼ୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos