ଚର୍ଚ୍ଚାରେ ‘ଠାକ୍‌ରେ’ ସଂଳାପ “ଏକ୍‌ ସଙ୍ଗଠନ୍‌ କୀ ଶୁରୁୱାତ୍‌ କରନୀ ହୋଗୀ”

ମୁମ୍ବାଇ: ପିଲାଦିନେ କିଛି ଗୋଟେ ସମସ୍ୟା ଆସିଲେ ସାଙ୍ଗଙ୍କୁ ଖୋଜାହୁଏ ଏବଂ ଗୋଟେ ଗୋଷ୍ଠୀ ଗଠନ କରିବାର ପ୍ରସ୍ତାବ ମଧ୍ୟ ଉଠିଥାଏ। ସାଙ୍ଗ ମେଳରେ ଯେତେସବୁ ବଦ୍‌ମାସୀ ଏବଂ ଛୋଟ ଭୁଲ୍‌ ହୋଇଥାଏ ପରବର୍ତ୍ତୀ ସମୟରେ ତାହା ମିଠା ସ୍ମୃତି ପାଲଟି ଥାଏ। ଅଗ୍ନିବର୍ଷୀ ନେତା ବାଲାସାହେବ୍‌ ବା ବାଲ୍‌ ଠାକ୍‌ରେଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ‘ଠାକ୍‌ରେ’ରେ ଏଭଳି ଏକ ସଂଳାପ ରହିଛି। ଶିବସେନା ପ୍ରତିଷ୍ଠା ପୂର୍ବରୁ ବାଲାସାହେବ୍‌ କହୁଛନ୍ତି, “ଏକ୍‌ ସଙ୍ଗଠନ୍‌ କୀ ଶୁରୁୱାତ୍‌ […]

sangathan

Subrat Kumar Nayak
  • Published: Thursday, 27 December 2018
  • , Updated: 27 December 2018, 03:29 PM IST

ମୁମ୍ବାଇ: ପିଲାଦିନେ କିଛି ଗୋଟେ ସମସ୍ୟା ଆସିଲେ ସାଙ୍ଗଙ୍କୁ ଖୋଜାହୁଏ ଏବଂ ଗୋଟେ ଗୋଷ୍ଠୀ ଗଠନ କରିବାର ପ୍ରସ୍ତାବ ମଧ୍ୟ ଉଠିଥାଏ। ସାଙ୍ଗ ମେଳରେ ଯେତେସବୁ ବଦ୍‌ମାସୀ ଏବଂ ଛୋଟ ଭୁଲ୍‌ ହୋଇଥାଏ ପରବର୍ତ୍ତୀ ସମୟରେ ତାହା ମିଠା ସ୍ମୃତି ପାଲଟି ଥାଏ। ଅଗ୍ନିବର୍ଷୀ ନେତା ବାଲାସାହେବ୍‌ ବା ବାଲ୍‌ ଠାକ୍‌ରେଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ‘ଠାକ୍‌ରେ’ରେ ଏଭଳି ଏକ ସଂଳାପ ରହିଛି। ଶିବସେନା ପ୍ରତିଷ୍ଠା ପୂର୍ବରୁ ବାଲାସାହେବ୍‌ କହୁଛନ୍ତି, “ଏକ୍‌ ସଙ୍ଗଠନ୍‌ କୀ ଶୁରୁୱାତ୍‌ କରନୀ ହୋଗୀ।”

ଏହା ଏବେ ଇଣ୍ଟରନେଟ୍‌ରେ ବିଶେଷ କରି ସୋଶାଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଦେଖନ୍ତୁ ସେଭଳି କିଛି ଟ୍ୱିଟ୍‌ର ଉଦାହରଣ।

https://twitter.com/BrahmaUbaach/status/1078030062660706304
https://twitter.com/DoctorrSays/status/1077918106482163712
https://twitter.com/RoshanKrRai/status/1077878098035642370
https://twitter.com/Sarcastic_DNA/status/1077885528891101184
https://twitter.com/Madan_Chikna/status/1077905932049309697
ସଂଳାପକୁ ନେଇ MEME ଆସିବା ଏଥର ପ୍ରଥମଥର ନୁହେଁ। ପୂର୍ବରୁ ‘ରେସ୍‌୩’ ଫିଲ୍ମର ‘ମାଇଁ’ ବିଜିନେସ୍‌ ସଂଳାପ ସହିତ ସଞ୍ଜୁ ଏବଂ ନ୍ୟୁଟନ୍‌ ଫିଲ୍ମର ସଂଳାପକୁ ଏଭଳି MEMEର ରୂପ ଦିଆସରିଛି।

Related story