ଭଉଣୀ ପାଇଁ ଏ. ଆର୍‌. ରହମାନ୍‌ ବଦଳେଇଥିଲେ ଧର୍ମ, ଜାଣନ୍ତୁ କ’ଣ ଥିଲା କାରଣ

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌. ରହମାନ୍‌ ବଲିଉଡ୍ ଓ ସଙ୍ଗୀତ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୁନିଆରେ ୧୦ ଜଣ ସର୍ବଶ୍ରେଷ୍ଠ ସଙ୍ଗୀତକାରଙ୍କ ମଧ୍ୟରେ ଏ.ଆର. ରହମାନ୍‌ ଜଣେ। ସଙ୍ଗୀତ ନିର୍ଦ୍ଦେଶନା ସହ ଗୀତ ଗାଇବାର ଶୈଳୀ ତାଙ୍କୁ ଉଚ୍ଚ ସ୍ଥରକୁ ନେଇଯାଇଛି। ତେବେ ଚାଲନ୍ତୁ ସେହି ବିଶିଷ୍ଟ ସଙ୍ଗୀତକାରଙ୍କ ବିଷୟରେ ଏମିତି କିଛି କଥା ଯାହା ହୁଏତ କେହି ଜାଣି ନଥିବେ। ଏ. ଆର ରହମାନ୍‌ ୧୯୬୭ ମସିହା […]

rahaman

rahaman

Rakesh Mallick
  • Published: Monday, 08 January 2018
  • Updated: 08 January 2018, 04:31 PM IST

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌. ରହମାନ୍‌ ବଲିଉଡ୍ ଓ ସଙ୍ଗୀତ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୁନିଆରେ ୧୦ ଜଣ ସର୍ବଶ୍ରେଷ୍ଠ ସଙ୍ଗୀତକାରଙ୍କ ମଧ୍ୟରେ ଏ.ଆର. ରହମାନ୍‌ ଜଣେ। ସଙ୍ଗୀତ ନିର୍ଦ୍ଦେଶନା ସହ ଗୀତ ଗାଇବାର ଶୈଳୀ ତାଙ୍କୁ ଉଚ୍ଚ ସ୍ଥରକୁ ନେଇଯାଇଛି। ତେବେ ଚାଲନ୍ତୁ ସେହି ବିଶିଷ୍ଟ ସଙ୍ଗୀତକାରଙ୍କ ବିଷୟରେ ଏମିତି କିଛି କଥା ଯାହା ହୁଏତ କେହି ଜାଣି ନଥିବେ।

ଏ. ଆର ରହମାନ୍‌ ୧୯୬୭ ମସିହା ଜାନୁଆରୀ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୧ ବର୍ଷ ବୟସରେ ସେ ମାଲୟାଲମ କମ୍ପୋଜର ଏମ୍‌ କେ ଅର୍ଜୁନ୍‌ ଅର୍କେଷ୍ଟ୍ରାରେ କାମ କରିବା ଆରମ୍ଭ କରିଥିଲେ। ପିଲାଦିନରୁ ସେ ପଣ୍ଡିତ ଧନରାଜଙ୍କ ଠାରୁ ନିଜ ସଙ୍ଗୀତ ଶି‍‍କ୍ଷା ଆରମ୍ଭ କରିଥିଲେ। ଅହ୍ଲାରଖା ରହମାନ୍‌ ବା ଏ. ଆର୍‌ ରହମାନ୍‌ଙ୍କ ବାପା କେ ଶେଖର ଜଣେ ମ୍ୟୁଜିକ୍‌ କମ୍ପୋଜର ଥିଲେ। ସେ ମାଲାୟାଲମ୍‌ ଫିଲ୍ମରେ ସଙ୍ଗୀତ ଦେଉଥିଲେ। ରହମାନ୍‌ ମାତ୍ର ୯ ବର୍ଷର ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମା’ କରିମା ତାଙ୍କ ପାଳଣ ପୋଷଣ କରିଥିଲେ।

rahman3ବାସ୍ତବରେ ତାଙ୍କ ନାଁ ଏ.ଆର୍‌. ରହମାନ୍‌ ନୁହେଁ ତାଙ୍କ ନାଁ ହେଉଛି ଦିଲୀପ କୁମାର। ସେ ଜଣେ ହିନ୍ଦୁ। କିନ୍ତୁ ନିଜ ଧର୍ମ ବଦଳେଇ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା, ଯେବେ ସେ ନିଜ ଭଉଣୀ ପାଇଁ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିଥିଲେ।

କୁହାଯାଏ ଆସ୍ଥା ଓ ବିଶ୍ୱାସ ହିଁ ଭଗବାନ୍‌। ରହମାନଙ୍କ ମା’ ସନ୍ଥପୀର କରିମୁହ୍ଲା ଶାହ କାଦରୀ ଉପରେ ଖୁବ୍‌ ଭରଷା କରୁଥିଲେ। ସେ ହିନ୍ଦୁ ଧର୍ମକୁ ମଧ୍ୟ ମାନୁଥିଲେ। ରହମାନ୍‌ ଏକ ସାକ୍ଷତକାରରେ କହିଥିଲେ, ତାଙ୍କ ଭଉଣୀଙ୍କ ଦେହ ବହୁତ ଖରାପ ଥିଲା। ବହୁ ଚିକିତ୍ସା କରିବା ପରେ ମଧ୍ୟ ତାଙ୍କ ଭଉଣୀଙ୍କ ଦେହ ଭଲ ହୋଇ ନଥିଲା। ମା’ ପୀର ବାବାଙ୍କୁ ଭରଷା କରୁଥିବାରୁ ତାଙ୍କ ପାଖକୁ ଯାଇ ନିଜ ଦୁଃଖ ଜଣାଇ ଥିଲେ। ତା’ପରେ ତାଙ୍କ ଭଉଣୀଙ୍କ ଦେହ ଭଲ ହୋଇଯାଇଥିଲା। ସେଥିପାଇଁ ୧୯୮୯ ସମିହାରୁ ତାଙ୍କ ପୂରା ପରିବାର ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ସେ ଆହୁରି କହିଥିଲେ ‘ମୋ ବାପଙ୍କ ଦେହାନ୍ତର ୧୦ ବର୍ଷ ପରେ ଆମେ ପୁଣି କାଜରୀ ବାବାଙ୍କୁ ଭେଟିବାକୁ ଯାଇଥିଲୁ। ସେ ଅସୁସ୍ଥ ଥିଲେ। ମୋ ମା ତାଙ୍କ ଦେଖାଶୁଣା କରିଥିଲେ। ବାବା ମୋ ମା’ଙ୍କୁ ନିଜ ଝିଅ ବୋଲି ଭାବୁଥିଲେ। ସେ ସମୟରେ ଆମ ପରିବାରର ସୁଫି ଭାବଧାରା ଆଡକୁ ଖୁବ୍‌ ଦୁର୍ବଳତା ବଢିଲା’।

ରହମାନ୍‌ ତାଙ୍କୁ ନିଜ ପ୍ରକୃତ ନାଁ ଦୀଲିପ୍‌ କୁମାର ଆଦୌ ପସନ୍ଦ ନଥିଲା। ତାଙ୍କ ବ୍ୟକ୍ତିତ୍ୱକୁ ନିଜ ନାଁ ଆଦୌ ଖାପ ଖାଉ ନଥିଲା ସୁଫି ଭାବଧାରା ଆପଣେଇବା ପୂର୍ବରୁ ତାଙ୍କ ପରିବାର ଜଣେ ଜ୍ୟୋତିଷ ପାଖକୁ ନିଜ ଝିଅର ଜାତକ ନେଇ ଯାଇଥିଲେ। କାରଣ ତାଙ୍କ ମା’ ଝିଅର ବିବାହ କରିବାକୁ ଚାହୁଁଥିଲେ। ସେ ସମୟରେ ରହମାନ୍‌ ମଧ୍ୟ ନିଜ ନାଁ ବଦଳେଇବାକୁ ଚାହୁଁଥିଲେ। ତେଣୁ ଜ୍ୟୋତିଷ ତାଙ୍କ ନାଁ ବଦଳେଇ ଅବଦୁଲ ରହିମ୍‌ ରଖିଥିଲେ। କିନ୍ତୁ ତାଙ୍କୁ ରେହେମାନ୍‌ ନାଁ ଖୁବ୍‌ ପସନ୍ଦ ଆସିଥିଲା। ତାଙ୍କ ମା ଚାହୁଁଥିଲେ ତାଙ୍କ ନାଁ ଆହ୍ଲାରଖା ରହୁ, ତେଣୁ ତାଙ୍କ ନାଁ ଏ. ଆର୍‌. ରହମାନ୍‌ ରହିଥିଲା।

rahman8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos