କ୍ୟାଟ୍‌ଙ୍କ ଅଭିନୟରେ ଖୁସି ନାହାନ୍ତି ଆମୀର

ମୁମ୍ବାଇ: ଅମିତାଭ ବଚ୍ଚନ, ଆମୀର ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଭଳି ଜବରଦସ୍ତ ଷ୍ଟାରକାଷ୍ଟକୁ ନେଇ ହେଉଛି ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍’। ଏହି ଫିଲ୍ମ ସହ ଜଡ଼ିତ ଅନେକ ଖବର ସାମ୍ନାକୁ ଆସୁଛି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଏହି ଫିଲ୍ମର କିଛି ସିନ୍‌ର ରିସୁଟ୍‌ କରାଯାଇଛି। କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ୟସ୍‌ରାଜ ଫିଲ୍ମ। ପୁଣି ଏବେ ଏକ ଦୈନିକ ଇଂରାଜୀ ଖବରକାଗଜରେ ଛପିଥିବା ଖବର ଅନୁଯାୟୀ ଆମୀର ଖାନ୍‌ ନିଜ କୋଷ୍ଟାର କ୍ୟାଟ୍ରିନାଙ୍କ […]

Katrina-Aamir-301013

Katrina-Aamir-301013

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 12:54 PM IST

Sports

Latest News

ମୁମ୍ବାଇ: ଅମିତାଭ ବଚ୍ଚନ, ଆମୀର ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଭଳି ଜବରଦସ୍ତ ଷ୍ଟାରକାଷ୍ଟକୁ ନେଇ ହେଉଛି ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍’। ଏହି ଫିଲ୍ମ ସହ ଜଡ଼ିତ ଅନେକ ଖବର ସାମ୍ନାକୁ ଆସୁଛି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଏହି ଫିଲ୍ମର କିଛି ସିନ୍‌ର ରିସୁଟ୍‌ କରାଯାଇଛି। କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ୟସ୍‌ରାଜ ଫିଲ୍ମ।

ପୁଣି ଏବେ ଏକ ଦୈନିକ ଇଂରାଜୀ ଖବରକାଗଜରେ ଛପିଥିବା ଖବର ଅନୁଯାୟୀ ଆମୀର ଖାନ୍‌ ନିଜ କୋଷ୍ଟାର କ୍ୟାଟ୍ରିନାଙ୍କ ଅଭିନୟରେ ଖୁସି ନାହାନ୍ତି। ଆଉ ସେ ଚାହୁଁଛନ୍ତି କି ସେହି ସିନ୍‌କୁ ପୁଣି ଥରେ ସୁଟିଂ କରାଯାଉ। ଏହି ସିନ୍‌ରେ ଖାସ୍‌ କରି ଆକ୍ସନ୍‌ ସିନ୍‌ ଥିବା କୁହାଯାଇଛି।

ଏହି ଫିଲ୍ମ ମାଲ୍ଟାରେ ସୁଟିଂ ହେଇସାରିଛି। ଏବେ ଏହାର ସୁଟିଂ ମୁମ୍ବାଇରେ ହେବ।  ଶେଷରେ ଏହି ଫିଲ୍ମର ସୁଟିଂ ରାଜସ୍ଥାନରେ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଆଚର୍ଯ୍ୟ। ଏହା ପୂର୍ବରୁ ସେ ଧୁମ୍‌-୩ର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ନଭେମ୍ବର ୭ରେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos