ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଲିଉଡ୍ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ୧୯୮୧ ମସିହା ଡିସେମ୍ବର ମାସ ୨୪ ତାରିଖରେ ତାଙ୍କର ଜନ୍ମ ହୋଇଥିଲେ।
ନିଜର ୩୭ତମ ଜନ୍ମ ଦିନ ଅବସରରେ ଅନୁଭବ ତାଙ୍କ ‘ଅଟୋଗ୍ରାଫ୍’ ବଦଳାଇ ଦେଇଛନ୍ତି। ଗତକାଲି ସେ ଫେସ୍ବୁକ୍ରେ ଏନେଇ ଏକ ପୋଷ୍ଟ୍ କରିଥିଲେ। ‘ଅଟୋଗ୍ରାଫ୍’ରେ ସେ ଇଂରାଜୀରେ ତାଙ୍କ ନାଁ ଲେଖୁଥିବା ବେଳେ ଏବେ ତା’ପୂର୍ବରୁ ଓଡ଼ିଆରେ ‘ଅ’ ଲେଖିବେ। ସେ ତାଙ୍କ ଫେସ୍ବୁକ୍ ପୋଷ୍ଟରେ ଏହି ନୂଆ ଅଟୋଗ୍ରାଫ୍କୁ ଦର୍ଶାଇଛନ୍ତି। ଏଥିରେ ସେ ‘ଅAnubhab’ ଲେଖିଛନ୍ତି।
ତେବେ କ’ଣ ପାଇଁ ଅନୁଭବ ତାଙ୍କ ଅଟୋଗ୍ରାଫ୍ରେ ବଦଳାଇଲେ, ସେ ସଂପର୍କରେ ଜଣାପଡ଼ି ନାହିଁ। ସେ ତାଙ୍କ ଫେସ୍ବୁକ୍ ପୋଷ୍ଟ୍ରେ ବି ଏ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି। ଯେହେତୁ ସେ ସବୁବେଳେ ଓଡ଼ିଶା ଏବଂ ଓଡ଼ିଆ ଭାଷାକୁ ନେଇ ଗର୍ବ ଅନୁଭବ କରନ୍ତି ବୋଲି କହନ୍ତି, ସେଥିପାଇଁ ହୁଏତ ଏମିତି କରିଥାଇପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।