ବଡ଼ ପରଦାରେ ଏଣ୍ଟ୍ରି କରିବେ ଛୋଟ ପରଦାର ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ମୋନିଙ୍କ ପରେ ଏବେ ଆଉ ଜଣେ ଟେଲିଭିଜନ ନାୟିକା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଉଛନ୍ତି କଲର୍ସ ଚ୍ୟାନେଲରେ ପ୍ରସାରିତ ଶୋ’ ‘ଶଶୂରାଲ ସିମର୍‌କା’ରେ ସିମର ଭୂମିକାରେ ନଜର ଆସିଥିବା ଦୀପିକା କକ୍କଡ଼। ଦୀପିକା ଇନ୍‌ଷ୍ଟାଗ୍ରାମ ଜରିଆରେ ନିଜ ପ୍ରଥମ ବଲିଉଡ୍‌ ଫିଲ୍ମ ବିଷୟରେ ପୋଷ୍ଟ୍‌ କରିଛନ୍ତି। ଜେପି ଦତ୍ତାଙ୍କ ଫିଲ୍ମ ‘ପଲଟନ’ରୁ ସେ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିବେ।  ଜେପି ଦତ୍ତା କହିଛନ୍ତି ଯେ ଯବାନମାନେ ପଛରେ ଛାଡ଼ି ଚାଲି ଯାଉଥିବା […]

simar-image

simar-image

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 05:21 PM IST

Sports

Latest News

ମୁମ୍ବାଇ: ମୋନିଙ୍କ ପରେ ଏବେ ଆଉ ଜଣେ ଟେଲିଭିଜନ ନାୟିକା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଉଛନ୍ତି କଲର୍ସ ଚ୍ୟାନେଲରେ ପ୍ରସାରିତ ଶୋ' 'ଶଶୂରାଲ ସିମର୍‌କା'ରେ ସିମର ଭୂମିକାରେ ନଜର ଆସିଥିବା ଦୀପିକା କକ୍କଡ଼। ଦୀପିକା ଇନ୍‌ଷ୍ଟାଗ୍ରାମ ଜରିଆରେ ନିଜ ପ୍ରଥମ ବଲିଉଡ୍‌ ଫିଲ୍ମ ବିଷୟରେ ପୋଷ୍ଟ୍‌ କରିଛନ୍ତି।

ଜେପି ଦତ୍ତାଙ୍କ ଫିଲ୍ମ 'ପଲଟନ'ରୁ ସେ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିବେ।  ଜେପି ଦତ୍ତା କହିଛନ୍ତି ଯେ ଯବାନମାନେ ପଛରେ ଛାଡ଼ି ଚାଲି ଯାଉଥିବା ସମ୍ପର୍କ ଓ ସେମାନଙ୍କ ପରିବାର ଉପରେ ଏହାର କ’ଣ ପ୍ରଭାବ ପଡ଼େ ତାରି ଉପରେ ଫିଲ୍ମର କାହାଣୀ ଆଧାରିତ ହୋଇଛି।

ସେ କହିଛନ୍ତି, 'ବର୍ଡର୍‌ ଫିଲ୍ମରେ ଯବାନଙ୍କ ପ୍ରେମ କାହାଣୀ ଦେଖାଯାଇଥିଲା। ହେଲେ ପଲଟନରେ ତାଙ୍କ ବାପାମାଆ ଓ ଭାଇଭଉଣୀଙ୍କ କାହାଣୀ ଦେଖାଯିବ। ଏହା ବ୍ୟତୀତ ଯୁଦ୍ଧ ସମୟରେ ଯବାନମାନଙ୍କର ଭାଇଚାରାକୁ ମଧ୍ୟ ଦେଖାଯିବ।'

ଏହି ଫିଲ୍ମରେ ଦୀପିକାଙକ ବ୍ୟତୀତ ସୁନିଲ ସେଟ୍ଟୀ, ଅର୍ଜୁନ ରାମପାଲ, ହର୍ଷବର୍ଦ୍ଧନ ରାଣେ, ଲବ ସିହ୍ନା ଓ ଇଶା ଗୁପ୍ତା ନଜର ଆସିବେ। ଦୀପିକା ବଲିଉଡରେ ପ୍ରଥମ ବ୍ରେକ୍ ପାଇ ବେଶ୍ ଖୁସି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos