ଅନ୍ତିମ ସମୟରେ ବି ମୁହଁମୋଡ଼ି ଦେଲା ପୁଅ, ପଢନ୍ତୁ ଜଣେ ସିନେମା ଷ୍ଟାରଙ୍କ ସତକାହାଣୀ

ମୁମ୍ବାଇ: ମା’। ନିଜ ସନ୍ତାନର ସୁଖ ପାଇଁ କେତେ କ’ଣ କରି ନଥିବ। ଜନ୍ମକଲା ବେଳେ ସହିଥିବ ଅସରନ୍ତି ଯନ୍ତ୍ରଣା। ବହୁ ଦୁଃଖ କଷ୍ଟ ସହି ୯ ମାସ  ୯ଦିନ ଗର୍ଭରେ ଧରି ଶେଷରେ ପେଟ ଚିରି ତାକୁ ଧରାପୃଷ୍ଟକୁ ଆଣିଥିବ।  ଆଉ କେତେ ଥର ନିଜ ପେଟକୁ ମାରି ସନ୍ତାନ ମୁହଁରେ ଆହର ଦେଇଥିବ। ପୁଅର ସବୁ ଅଳିଅର୍ଦ୍ଦଳି ଆଉ ଅଭିଯୋଗକୁ ହସି ହସି ଶୁଣିଥିବ। ଆଉ ଭୋକ ଉପାସରେ ରହି ତାର ସବୁ ଇଚ୍ଛାକୁ […]

gita

gita

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 06:59 PM IST

Sports

Latest News

ମୁମ୍ବାଇ: ମା’। ନିଜ ସନ୍ତାନର ସୁଖ ପାଇଁ କେତେ କ’ଣ କରି ନଥିବ। ଜନ୍ମକଲା ବେଳେ ସହିଥିବ ଅସରନ୍ତି ଯନ୍ତ୍ରଣା। ବହୁ ଦୁଃଖ କଷ୍ଟ ସହି ୯ ମାସ  ୯ଦିନ ଗର୍ଭରେ ଧରି ଶେଷରେ ପେଟ ଚିରି ତାକୁ ଧରାପୃଷ୍ଟକୁ ଆଣିଥିବ।  ଆଉ କେତେ ଥର ନିଜ ପେଟକୁ ମାରି ସନ୍ତାନ ମୁହଁରେ ଆହର ଦେଇଥିବ। ପୁଅର ସବୁ ଅଳିଅର୍ଦ୍ଦଳି ଆଉ ଅଭିଯୋଗକୁ ହସି ହସି ଶୁଣିଥିବ। ଆଉ ଭୋକ ଉପାସରେ ରହି ତାର ସବୁ ଇଚ୍ଛାକୁ ପୂରଣ କରିବାକୁ ପ୍ରାଣପ୍ରଣେ ଉଦ୍ୟମ କରିଥିବ। ତାକୁ ପାଳି ପୋଷି ବଡ଼ କରିଥିବ। ହେଲେ ସେହି ମା’କୁ ଯେବେ ବୟସ ହୋଇଯାଏ, ସେ ଅଲୋଡ଼ା ଓ ଅଖୋଜା ପାଲଟିଯାଏ। ପୁଅ ପାଇଁ ସେ ପାଲିଟିଯାଏ ଅପରିଚିତ ଓ ଅଚିହ୍ନା ମଣିଷ। ଏମିତି କି ମା’ର ଶେଷ ସମୟରେ ପୁଅକୁ ଝୁରି ଝୁରି ମା’ ଆରପାରିକୁ ଚାଲିଗଲା ସତ କିନ୍ତୁ ପୁଅ କିନ୍ତୁ ଆସିଲାନି। ଏମିତି ଚିତ୍ର ସିନେମାରେ ଘଟିପାରେ। କିନ୍ତୁ ବାସ୍ତବ ଜୀବନରେ ସତରେ ଏମିତି ଘଟିପାରେ ତାହା କଳ୍ପନାନୀତ। ପୁଅକୁ ଝୁରି ଝୁରି ଆଖି ବୁଜିଥିବା ମା’ ଜଣକ ହେଉଛନ୍ତି ବଲିଉଡ୍‌ ଜଗତର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଗୀତା କପୁର। ମୃତ୍ୟୁ ପୂର୍ବରୁ ପୁଅର ନାଁ ଧରି କହିଥିଲେ ମେରା ରାଜା ଆୟେଗା । ହେଲେ ମା’ର ଡାକ କିନ୍ତୁ ପୁଅ ଶୁଣି ନଥିଲା। ବୃଦ୍ଧାବସ୍ଥାରେ ପୁଅ ରାଜା ମା’ ଗୀତାଙ୍କୁ ମେଡିକାଲରେ ଫିଙ୍ଗି ଦେଇ ଚାଲିଯାଇଥିଲା।

ଶନିବାର ଦିନ ୬୭ ବର୍ଷ ବୟସରେ ଏହି ବର୍ଷିଆନ ଅଭିନେତ୍ରୀଙ୍କର ଦେହାନ୍ତ ହୋଇଥିଲା। ସେ ତାଙ୍କ ପୁଅଝିଅଙ୍କ ଆସିବାକୁ ଅପେକ୍ଷା କରି ମରଶରୀରକୁ ମୁମ୍ବାଇର ଭିଲ୍ ପାର୍ଲେ କୁପର ହସ୍ପିଟାଲରେ ରଖାଯାଥିଲା। ମୃତ୍ୟୁର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ କେହି ବି ଆସିନଥିଲେ। ୩୦ ଘଣ୍ଟା ପରେ ରବିବାର ବିଳମ୍ବିତ ରାତିରେ ଝିଅ ଆରାଧ୍ୟା ଓ ଗୀତାଙ୍କର କେହି ସମ୍ପର୍କୀୟ ଭଉଣୀ ଆସି ଲୁଚେଇ ଲୁଚେଇ ସଂସ୍କାର କରି ଚାଲିଗଲେ।  ଝିଅ ଆରାଧ୍ୟା କହିଥିଲେ ମା’ର ଏଭଳି ଅବସ୍ଥା କଥା ତାଙ୍କୁ ଜଣା ନ ଥିଲା । ସମ୍ଭବତଃ ସେମାନେ ଏତେ ଲଜ୍ଜିତ ଥିଲେ ଯେ,  ଶବ ସଂସ୍କାର ବେଳେ କାହାରିକୁ ଡାକିଲେ ନାହିଁ ।

ଆଜିଠୁ ପ୍ରାୟ ବର୍ଷକ ତଳେ ଗୀତାଙ୍କୁ ତାଙ୍କ ପୁଅ ରାଜା ଆଣି ହସ୍ପିଟାଲରେ ଛାଡି ପଳାଇଥିଲେ। ଗଲା ବେଳେ କହିଥିଲେ ଯାଉଛି ATMରୁ ପଇସା ଉଠେଇ ଫେରିବି। କିନ୍ତୁ ସେ ଆଉ ଫେରିନଥିଲେ। ଗୀତାଙ୍କୁ ତାଙ୍କ ପୁଅ ଛାଡି ପଳେଇବା ଖବର ଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗୀତା ଏକ ଗଣମାଧ୍ୟମକୁ କହିଥିଲେ ପୁଅ ରାଜା ତାଙ୍କ ପିଟୁଥିଲେ। ବୃଦ୍ଧାଶ୍ରମକୁ ଆସିବାକୁ ରାଜି ନ ହେବାରୁ ଘରେ ତାଲା ପକାଇ ରଖିଥିଲା । ଚାରି ଦିନରେ ଥରେ ଖାଇବାକୁ ଦେଉଥିଲେ । ଶେଷରେ ଷଡ଼ଯନ୍ତ୍ର କରି ତାଙ୍କୁ ଆଣି ମେଡିକାଲରେ ଛାଡ଼ି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos