ଅଧୁରା ରହିଗଲା ଅଭିଷେକଙ୍କ ସ୍ୱପ୍ନ

ମୁମ୍ବାଇ: ୭୦ ଦଶକର ସୁନ୍ଦରୀ ଜିନତ୍‌ ଅମାନଙ୍କ ସୌନ୍ଦର୍ଯ୍ୟର ସମସ୍ତେ ଦିୱାନା ଥିଲେ ଏ କଥା କାହାକୁ ଅଛପା ନାହିଁ। ହେଲେ ବହୁତ କମ୍‌ ଲୋକ ଜାଣିଛନ୍ତି, ଅମିତାଭ ବଚ୍ଚନଙ୍କ ସହ ଏକାଧିକ ସୁପରହିଟ୍‌ ଫିଲ୍ମ କରିଥିବା ଏହି ଅଭିନେତ୍ରୀଙ୍କ ପାଖରେ ଶୋଇବାକୁ ଜୁନିୟର ବଚ୍ଚନ ଅଭିଷେକଙ୍କର ବହୁତ ଇଚ୍ଛା ଥିଲା।  ମାତ୍ର ୫ ବର୍ଷ ବୟସରେ ଜିନତ୍‌ ଅମନଙ୍କ ପାଖରେ ଶୋଇବାକୁ ଅଭିଷେକ ମନ ବଳାଇ ଥିଲେ ମଧ୍ୟ ଏହା ପୂରଣ ହୋଇପାରି ନ ଥିଲା। […]

abhishek-zeenat

abhishek-zeenat

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 03:14 PM IST

Sports

Latest News

ମୁମ୍ବାଇ: ୭୦ ଦଶକର ସୁନ୍ଦରୀ ଜିନତ୍‌ ଅମାନଙ୍କ ସୌନ୍ଦର୍ଯ୍ୟର ସମସ୍ତେ ଦିୱାନା ଥିଲେ ଏ କଥା କାହାକୁ ଅଛପା ନାହିଁ। ହେଲେ ବହୁତ କମ୍‌ ଲୋକ ଜାଣିଛନ୍ତି, ଅମିତାଭ ବଚ୍ଚନଙ୍କ ସହ ଏକାଧିକ ସୁପରହିଟ୍‌ ଫିଲ୍ମ କରିଥିବା ଏହି ଅଭିନେତ୍ରୀଙ୍କ ପାଖରେ ଶୋଇବାକୁ ଜୁନିୟର ବଚ୍ଚନ ଅଭିଷେକଙ୍କର ବହୁତ ଇଚ୍ଛା ଥିଲା।  ମାତ୍ର ୫ ବର୍ଷ ବୟସରେ ଜିନତ୍‌ ଅମନଙ୍କ ପାଖରେ ଶୋଇବାକୁ ଅଭିଷେକ ମନ ବଳାଇ ଥିଲେ ମଧ୍ୟ ଏହା ପୂରଣ ହୋଇପାରି ନ ଥିଲା।

ଏକ ଟିଭି ଶୋ’ରେ ଅଭିଷେକଙ୍କୁ ତାଙ୍କ ଜୀବନର ଏକ ମଜାଦାର ବିଷୟରେ କହିବାକୁ କୁହାଯାଇଥିଲା। ସେ କହିଥିଲେ ତାଙ୍କ ପିତା ଥରେ ହିମାଚଳରେ ଜିନତ ଅମାନଙ୍କ ସହ ଏକ ଫିଲ୍ମ ସିଟିଂ କରୁଥିଲେ। ଏହି ସମୟରେ ସେ ମଧ୍ୟ ଅମିତାଭଙ୍କ ସାଙ୍ଗରେ ଯାଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା। ସେଠାରେ ଅଭିଷେକ ଅଧିକାଂଶ ସମୟ ଜିନତ ଅମାନଙ୍କ ସହ ବିତାଉ ଥିଲେ। ଦିନେ ଜିନତ ଅମାନ ଡିନର କରିବା ପରେ ଶୋଇବାକୁ ଯାଉଥିବା ବେଳେ ଅଭିଷେକ ଜାଣିବାକୁ ପାଇଥିଲେ ସେ ଏକା ଶୋଉଛନ୍ତି। ସେ ସଙ୍ଗେ ସଙ୍ଗେ ଜିନତ ଅମନଙ୍କ ପାଖକୁ ଯାଇ ତାଙ୍କ ସହ ଶୋଇବାକୁ କହିଥିଲେ। ଏଥିରେ ଜିନତ ଅମନ ହସି ଦେବା ସହ ଆଉ ଟିକେ ବଡ଼ ହୋଇଯାଅ ବୋଲି ଅଭିଷେକଙ୍କୁ ଉତ୍ତର ଦେଇଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos