ବଡ ବାପର ଦୁଷ୍ଟ ପୁଅ: ଭୁଲ ମାଗିଲେ ଆଦିତ୍ୟ, ତା’ପୁଣି ଟିଭି ଶୋ’ରେ

ମୁମ୍ବାଇ: କିଛିଦିନ ପୂର୍ବେ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ବିମାନ କର୍ମଚାରୀଙ୍କୁ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଗାଳିଗୁଲଜ କରୁଥିବା ଦେଖାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବାପା ଉଦିତ ନାରାୟଣ ବ୍ୟସ୍ତ ହୋଇପଡିଥିଲେ। ସେ ଏହି ଘଟଣା ପାଇଁ ଆଦିତ୍ୟଙ୍କୁ କ୍ଷମା ମାଗିବାକୁ କହିଥିଲେ। ଆଦିତ୍ୟ ମଧ୍ୟ ବାପାଙ୍କ କଥା ମାନିଛନ୍ତି। ଆଦିତ୍ୟ ହୋଷ୍ଟ କରୁଥିବା ‘ସା ରେ […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 02:54 PM IST

ମୁମ୍ବାଇ: କିଛିଦିନ ପୂର୍ବେ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ବିମାନ କର୍ମଚାରୀଙ୍କୁ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଗାଳିଗୁଲଜ କରୁଥିବା ଦେଖାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବାପା ଉଦିତ ନାରାୟଣ ବ୍ୟସ୍ତ ହୋଇପଡିଥିଲେ। ସେ ଏହି ଘଟଣା ପାଇଁ ଆଦିତ୍ୟଙ୍କୁ କ୍ଷମା ମାଗିବାକୁ କହିଥିଲେ। ଆଦିତ୍ୟ ମଧ୍ୟ ବାପାଙ୍କ କଥା ମାନିଛନ୍ତି। ଆଦିତ୍ୟ ହୋଷ୍ଟ କରୁଥିବା ‘ସା ରେ ଗା ମା ପା’ରେ କ୍ଷମା ମାଗିଛନ୍ତି।

ସେ କହିଥିଲେ, “ମୁଁ ଯାହା କହିଛି ସେଥିପାଇଁ ମୁଁ ବହୁତ ଦୁଃଖିତ, ତେଣୁ ମୁଁ କ୍ଷମା ମାଗୁଛି। ଆପଣ ଜାଣିଥିବେ ମୋ ସ୍ୱଭାବ ଏହିପରି। ଏତେ ବର୍ଷ ଧରି ମତେ ଏ ଦେଶରେ ଯେଉଁ ଶ୍ରଦ୍ଧା ମିଳୁଛି ସେଥିପାଇଁ ମୁଁ ଭାରତବାସୀଙ୍କ ପାଖରେ କୃତଜ୍ଞ

Related story