ବିମାନ କର୍ମଚାରୀଙ୍କୁ ଚପଲରେ ବାଡେଇବାକୁ ଧମକ: ପଦାକୁ ଆସିଲା ଆଦିତ୍ୟଙ୍କ ଦବଙ୍ଗଗିରି

ମୁମ୍ବାଇ: କଥା ଛଳରେ କୁହାଯାଏ ‘ବଡେ ବାପ କା ବିଗଡା ହୁଆ ଓଲାଦ’। ଏହା ବଲିଉଡର ବହୁ କଳାକାର ପିଲାମାନଙ୍କ ପାଇଁ ଯଥାର୍ଥ। କାରଣ ଏହି ବଡ଼ ଲୋକଙ୍କ ପିଲାମାନଙ୍କ ଦବଙ୍ଗଗିରି ମଧ୍ୟ କିଛି କମ୍‌ ନୁହେଁ। ବହୁ ସମୟରେ ଏମାନେ ସର୍ବସମ୍ମୁଖରେ କଳି, ଝଗଡା, ଗଣ୍ଡଗୋଳ କରିବାର ନଜିର ରହିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ଜଣେ ଷ୍ଟାରସନ୍‌ ତଥା କଳାକାର ଓ ଗାୟକ ଆଦିତ୍ୟ ନାରାୟଣ। ବଲିଉଡର ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣଙ୍କ ପୁଅ […]

aditya-narayan

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 10:31 PM IST

ମୁମ୍ବାଇ: କଥା ଛଳରେ କୁହାଯାଏ ‘ବଡେ ବାପ କା ବିଗଡା ହୁଆ ଓଲାଦ’। ଏହା ବଲିଉଡର ବହୁ କଳାକାର ପିଲାମାନଙ୍କ ପାଇଁ ଯଥାର୍ଥ। କାରଣ ଏହି ବଡ଼ ଲୋକଙ୍କ ପିଲାମାନଙ୍କ ଦବଙ୍ଗଗିରି ମଧ୍ୟ କିଛି କମ୍‌ ନୁହେଁ। ବହୁ ସମୟରେ ଏମାନେ ସର୍ବସମ୍ମୁଖରେ କଳି, ଝଗଡା, ଗଣ୍ଡଗୋଳ କରିବାର ନଜିର ରହିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ଜଣେ ଷ୍ଟାରସନ୍‌ ତଥା କଳାକାର ଓ ଗାୟକ ଆଦିତ୍ୟ ନାରାୟଣ।

ବଲିଉଡର ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାକୁ ଲାଗିଛି। ଏଥିରେ ଆଦିତ୍ୟ ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରେ ଇଣ୍ଡିଗୋ ଫ୍ଲାଇଟ୍‌ର କର୍ମଚାରୀକୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଆଦିତ୍ୟ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରିବା ସହ ବାରମ୍ବାର ଚପଲରେ ମାରିବାକୁ ଧମକ ଦେଉଥିବା ଦେଖାଯାଉଛି।

ଭିଡିଓ ସମ୍ପର୍କରେ ଇଣ୍ଡିଗୋ ଫ୍ଲାଇଟର ଅଧିକାରୀ କହିଛନ୍ତି ଯେ ଆଦିତ୍ୟ ୪୦ କେଜି ଓଜନର ଜିନିଷ ନେଇ ଯାଉଥିଲେ। ତେଣୁ ଫ୍ଲାଇଟ କର୍ମଚାରୀ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ମାଗିଥିଲେ। ନିୟମ ଅନୁଯାୟୀ ଫ୍ଲାଇଟରେ ୧୫ କେଜି ଓଜନର ଜିଣିଷ ନେଇ ହେବ। ହେଲେ ଆଦିତ୍ୟ କିଛି ନ ଶୁଣି କର୍ମଚାରୀଙ୍କ ଉପରକୁ ଚିଲେଇବା ଆରମ୍ଭ କରି ଦେଇଥିଲେ।

ଏହି ଭିଡିଓଟି ସମ୍ମାନକୁ ଆସିବା ପରେ ଶ୍ରୁତି ବୋଝଲା ନାମକ ଜଣେ ତାଙ୍କର କଲେଜମେଟ୍ ଆଉ ଏକ ଖୁଳାସା କରିଛନ୍ତି। ସେ ଟ୍ୱିଟ୍‌ରେ କହିଛନ୍ତି, ଆଦିତ୍ୟ ତାଙ୍କ ଦୁର୍ବ୍ୟବହାର ସ୍ୱଭାବ ପାଇଁ କଲେଜରୁ ମଧ୍ୟ ସସପେଣ୍ଡ୍ ହୋଇଥିଲେ। ସେ ଉଲ୍ଲେଖ କରିଛନ୍ତି, କଲେଜ ସମୟରେ ଆଦିତ୍ୟଙ୍କୁ ସିକ୍ୟୁରିଟି ଗାର୍ଡଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଗୋଟେ ସପ୍ତାହ ପାଇଁ ସସପେଣ୍ଡ କରାଯାଇଥିଲା। ଏହି ଟ୍ୱିଟ୍‌ ପରେ ଶ୍ରୁତିଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦିଆଯାଇଛି। ହେଳେ ଶ୍ରୁତିଙ୍କ ସପକ୍ଷରେ ବହୁ ଲୋକ ଟ୍ୱିଟ କରିବା ଆରମ୍ଭ କରିଦେଇଛନ୍ତି।

Related story