ଭୋର୍‌ ୪ଟାରେ ବାହୁବଳୀ: ତିନିଗୁଣା ଦାମ୍‌ରେ ବି ସରିଗଲା ଟିକେଟ୍‌

ବାଙ୍ଗାଲୋର: ବାହୁବଳୀ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। କିଛି ଘଣ୍ଟା ପରେ ପରଦାକୁ ଆସିବ ବହୁ ଚର୍ଚ୍ଚିତ ଫିଲ୍ମ ବାହୁବଳୀ-୨। ଯାହାକୁ ନେଇ ଦର୍ଶକଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା। ବିଶ୍ୱର ପାଖାପାଖି ୯୦୦୦ ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଫିଲ୍ମ। କର୍ଣ୍ଣାଟକ ସମେତ ଦେଶର ବିଭିନ୍ନ ସହରରେ ଶୋ ଦେଖିବାକୁ ଆଡଭାନ୍ସ ଟିକେଟ ବୁକିଂ ଚାଲିଛି। । ବାଙ୍ଗାଲୁରରେ ଅନଲାଇନ୍‌ ଟିକେଟ୍‌ ବୁକିଂ ଶେଷ ହୋଇଯାଇଛି। ଉତ୍ତର ଆମେରିକାରେ କେବଳ ୮୦୦ ଟକିଜ୍‌ରେ ଏହି […]

bahubali

bahubali

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 08:38 PM IST

Sports

Latest News

ବାଙ୍ଗାଲୋର: ବାହୁବଳୀ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। କିଛି ଘଣ୍ଟା ପରେ ପରଦାକୁ ଆସିବ ବହୁ ଚର୍ଚ୍ଚିତ ଫିଲ୍ମ ବାହୁବଳୀ-୨। ଯାହାକୁ ନେଇ ଦର୍ଶକଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା। ବିଶ୍ୱର ପାଖାପାଖି ୯୦୦୦ ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଫିଲ୍ମ। କର୍ଣ୍ଣାଟକ ସମେତ ଦେଶର ବିଭିନ୍ନ ସହରରେ ଶୋ ଦେଖିବାକୁ ଆଡଭାନ୍ସ ଟିକେଟ ବୁକିଂ ଚାଲିଛି। । ବାଙ୍ଗାଲୁରରେ ଅନଲାଇନ୍‌ ଟିକେଟ୍‌ ବୁକିଂ ଶେଷ ହୋଇଯାଇଛି। ଉତ୍ତର ଆମେରିକାରେ କେବଳ ୮୦୦ ଟକିଜ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ । ଏହା ଉଭୟ ହିନ୍ଦୀ ଓ ତାମିଲ ଭାଷାରେ ରିଲିଜ ହେବାକୁ ଯାଉଛି । ବିଶେଷ କରି ବାଙ୍ଗାଲୋରରେ ବାହୁବଳୀ ପାଇଁ ଦର୍ଶକଙ୍କ ଭିତରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ବାହୁବଳୀ-୨ର ପ୍ରଥମ ଶୋ ଏଠାରେ  ଭୋର ୪ଟାରେ ଆରମ୍ଭ ହେବ। ଏଥିପାଇଁ ଟିକେଟ୍‌ର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଯେଉଁ ଟିକେଟ୍‌ର ମୂଲ୍ୟ ୧୦୦ କିମ୍ବା ୨୦୦ ଟଙ୍କା ଥିଲା, ତାହା ଏବେ ୬୦୦ ଟଙ୍କାରୁ ଉର୍ଦ୍ଧ ଟଙ୍କାରେ ବିକ୍ରି ହେଉଛି।  ଏନେକ ପ୍ରେକ୍ଷାଳୟ ଟିକେଟ୍‌ର ମୂଲ୍ୟ ୩ଗୁଣା ବଢାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos