ଶେହନାଜଙ୍କ ଗୀତ ଶୁଣି ଭାବୁକ ହୋଇଗଲେ ଏହି କ୍ରିକେଟର

ମୁମ୍ବାଇ: ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଦୁଇ ମାସ ହେବାକୁ ଆସିଲାଣି। ଏବେବି ତାଙ୍କର ମୃତ୍ୟୁ ଖବର ଅନେକଙ୍କ ମନରୁ ଲିଭିନି। ଏହାରି ଭିତରେ ସିଦ୍ଧାର୍ଥଙ୍କ ସ୍ମୃତିରେ ଶେହନାଜଙ୍କ ଗୀତ ‘ତୁ ୟହିଁ ହୈ…’ ରିଲିଜ ହୋଇଛି। ଏହି ଗୀତକୁ ଶୁଣିବା ପରେ ପୁଣିଥରେ ସିଦ୍ଧାର୍ଥ ସ୍ମୃତି ସବୁ ତାଙ୍କ ଫ୍ୟାନ୍‌ମାନଙ୍କ ମନରେ ତାଜା ହୋଇଯାଇଛି। ଶେହନାଜଙ୍କ ଏହି ଗୀତ ଶୁଣି ଅନେକ ଭାବୁକ ହୋଇପଡିଛନ୍ତି। ଏହି ତାଲିକାରେ ଏବେ ଜଣେ କ୍ରିକେଟରଙ୍କ ନାଁ ମଧ୍ୟ […]

Shehnaaz and rashid

Madhupriya Mistry
  • Published: Saturday, 30 October 2021
  • , Updated: 30 October 2021, 04:53 PM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଦୁଇ ମାସ ହେବାକୁ ଆସିଲାଣି। ଏବେବି ତାଙ୍କର ମୃତ୍ୟୁ ଖବର ଅନେକଙ୍କ ମନରୁ ଲିଭିନି। ଏହାରି ଭିତରେ ସିଦ୍ଧାର୍ଥଙ୍କ ସ୍ମୃତିରେ ଶେହନାଜଙ୍କ ଗୀତ 'ତୁ ୟହିଁ ହୈ…' ରିଲିଜ ହୋଇଛି। ଏହି ଗୀତକୁ ଶୁଣିବା ପରେ ପୁଣିଥରେ ସିଦ୍ଧାର୍ଥ ସ୍ମୃତି ସବୁ ତାଙ୍କ ଫ୍ୟାନ୍‌ମାନଙ୍କ ମନରେ ତାଜା ହୋଇଯାଇଛି। ଶେହନାଜଙ୍କ ଏହି ଗୀତ ଶୁଣି ଅନେକ ଭାବୁକ ହୋଇପଡିଛନ୍ତି। ଏହି ତାଲିକାରେ ଏବେ ଜଣେ କ୍ରିକେଟରଙ୍କ ନାଁ ମଧ୍ୟ ସାମିଲ ହୋଇଛି।

ଆଫଗାନିସ୍ତାନ କ୍ରିକେଟର ରାଶିଦ ଖାନ୍‌ ଶେହନାଜଙ୍କ ଗୀତ ଶୁଣି ଭାବୁକ ହୋଇଯାଇଛନ୍ତି। ସେ ଟ୍ୱିଟ୍‌ କରି ଶେହନାଜଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିଛନ୍ତି। ଏଥିସହ ତାଙ୍କୁ ଶକ୍ତି ଦେବାପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି।

ଶେହାନାଜ ଗିଲଙ୍କ ଗୀତ 'ତୁ ୟେହିଁ ହୈ…' ରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ଏକାଠି ବିଗ୍ ବସ୍ ରେ ବିତାଇଥିବା ମୂହୁର୍ତ୍ତଗୁଡିକୁ ଦର୍ଶାଯାଇଛି। କିଭଳି ବିଗ୍‌ ବସ୍‌ ହାଉସରେ ସିଦ୍ଧାର୍ଥଙ୍କ ବିନା ଶେହନାଜ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରୁନଥିଲେ ଆଉ ଆଜି ସେ ତାଙ୍କ ବିନା ବଞ୍ଚିବା ଶିଖୁଛନ୍ତି। ଏହାକୁ ହିଁ ଏହି ଗୀତରେ ଦେଖାଇବାକୁ ଚେଷ୍ଟା କରାଯାଇଛି।

ଆଫଗାନିସ୍ତାନ କ୍ରିକେଟ ଖେଳାଳି ରାଶିଦ ଖାନ ଯେତେବେଳେ ଏହି ଗୀତ ଶୁଣିଲେ, ସେ ମଧ୍ୟ ନିଜ ଦୁଃଖ ପ୍ରକାଶ କରିବାରେ ନିଜକୁ ଅଟକାଇ ପାରିଲେ ନାହିଁ। ସେ ନିଜ ଇନଷ୍ଟାଗ୍ରାମରେ ଶେହନାଜଙ୍କ ପାଇଁ ପ୍ରାର୍ଥନା କରିଥିଲେ ଏବଂ ଲେଖିଥିଲେ, "ଆଲ୍ଲା ତୁମକୁ ଶକ୍ତି ଦିଅନ୍ତୁ …" ଏହା ସହିତ ସେ ଅନେକ ହାର୍ଟ ଇମୋଜି ମଧ୍ୟ ଶେୟାର କରିଥିଲେ।

ରାଶିଦ ଖାନ୍‌ଙ୍କୁ ଶେହନାଜଙ୍କ ଏହି ଗୀତ ବେଶ୍‌ ପସନ୍ଦ ଆସିଛି। ସେ ସୋଶାଲ ମିଡିଆରେ ଶେହନାଜଙ୍କୁ ଫଲୋ ମଧ୍ୟ କରନ୍ତି। ଶେହନାଜଙ୍କ ଏହି ଗୀତ ୟୁଟ୍ୟୁବ୍‌ରେ ୧୦ ମିଲିଅନ୍‌ ଭ୍ୟୁଜ୍‌ ହୋଇସାରିଲାଣି। ଏଥିସହ ଏକ ନମ୍ବରରେ ଏହା ଟ୍ରେଣ୍ଡ ମଧ୍ୟ କରୁଛି।

ଏହି ଗୀତରେ ଶେହନାଜଙ୍କୁ ରାସ୍ତାରେ ଏକୁଟିଆ ବୁଲୁଥିବା ଦେଖିବାକୁ ମିଳିଛି। ସେ ସିଦ୍ଧାର୍ଥଙ୍କ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ ମନେ ପକାଇ ଆଖିରୁ ଲୁହ ଝରାଉଛନ୍ତି। ଗୀତରେ ବିଗ୍‌ ବସ୍‌-୧୩ର ସବୁ ଦୃଶ୍ୟକୁ ବ୍ୟବହାର କରାଯାଇଛି।

ସୂଚନା ମୁତାବକ, ସିଦ୍ଧାର୍ଥ ଶୁକ୍ଳାଙ୍କ ସେପ୍ଟେମ୍ବର ୨ ତାରିଖରେ ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଥିଲା। ସିଦ୍ଧାର୍ଥଙ୍କ ଯିବା ପରେ ଶେହନାଜ ଏବେ ପୁରା ଏକୁଟିଆ ହୋଇଯାଇଛନ୍ତି।

 

View this post on Instagram

 

A post shared by Shehnaaz Gill (@shehnaazgill)

Related story