ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ୍ ଜଣେ ଲୋକପ୍ରିୟ ଗାୟକ। ତାଙ୍କର ଗୀତକୁ ଶୁଣିବା ପାଇଁ ଫ୍ୟାନ୍ ମାନଙ୍କର ଭିଡ଼ ରହିଥାଏ। ନିକ୍ ତାଙ୍କ ଭାଇଙ୍କ ସହିତ ସହ ପରଫର୍ମ କରିଥାନ୍ତି। ସୂଚନା ଅନୁସାରେ 'ଜୋନସ୍ ବ୍ରଦର୍ସ'ଙ୍କର ରିୟଲ୍ ଲାଇଫ୍ ଉପରେ ଏକ ଡକ୍ୟୁମେଣ୍ଟାରୀ ହେବାକୁ ଯାଉଛି।
ଏହା ଉପରେ କାମ ମଧ୍ୟ ଆରମ୍ଭ ହୋଇସାରିଛି। ‘ଆମାଜନ୍ ପ୍ରାଇମ୍ ଭିଡିଓ’ ପାଇଁ ଏହି ଡକ୍ୟୁମେଣ୍ଟାରୀ ନିର୍ମାଣ କରାଯାଉଛି।
‘ହଲିଉଡ୍ ରିପୋର୍ଟର୍ ଡଟ୍ କମ୍’ର ସୂଚନା ଅନୁସାରେ, ଫିଲ୍ମରେ ୬ ବର୍ଷର ବ୍ୟାଣ୍ଡ୍ ‘ସକର୍’ ବିଷୟରେ ମଧ୍ୟ ଦେଖାଯିବ। ଯେଉଁଥିରେ ନିକ୍ ଜୋନସ୍, କେବିନ୍ ଜୋନସ୍ ଓ ଜୋ ଜୋନସ୍ ରହିଛନ୍ତି ଏବଂ ତିନିଜଣଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି କରାଯିବ।
ଆମାଜନ୍ ଷ୍ଟୁଡିୟୋଜ୍ର ମୁଖ୍ୟ ଜେନିଫର୍ ସାଲ୍କ୍ ଫିଲ୍ମକୁ ନେଇ କହିଛନ୍ତି, ନିକ୍ ଜୋନସ୍, କେବିନ୍ ଜୋନସ୍ ଓ ଜୋ ଜୋନସ୍ଙ୍କ ପ୍ରକୃତ ଜୀବନ କାହାଣୀକୁ ପ୍ରଦର୍ଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହାର ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।
ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ଗତବର୍ଷ ୧ ଡିସେମ୍ୱରରେ ବିବାହ କରିଛନ୍ତି। ଦୁହିଁଙ୍କର ରୋମାଣ୍ଟିକ ଫଟୋ କିଛି ଦିନ ଧରି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।