ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ନାଶିରୁଦ୍ଦିନ୍ ଶାହା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ନାଶିରୁଦ୍ଦିନ୍ ଶାହା ଏବେ କିଛି ପ୍ରସଙ୍ଗରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ‘ଟିମ୍ ଇଣ୍ଡିଆ’ ଅଧିନାୟକ ବିରାଟ୍ କୋହଲିଙ୍କୁ ଜଣେ ଅହଙ୍କାରୀ ବ୍ୟକ୍ତି କହିବାର କେଇ ଦିନ ପରେ ନାଶିରୁଦ୍ଦିନ ଦେଶର ଆଇନ ଶୃଙ୍ଖଳା ସ୍ଥିତି ନେଇ ପୁଣି ଏକ ବିବାଦୀୟ କଥା କହିଛନ୍ତି। ନାଶିରୁଦ୍ଦିନ କହିଛନ୍ତି ଯେ ” ଦେଶରେ ଏବେ ଉପୁଜୁଥିବା ପରିସ୍ଥିତିକୁ ନେଇ ମୋତେ ମୋ ପିଲାଙ୍କ ପାଇଁ ଡର ଲାଗୁଛି। ଯଦି ସେମାନଙ୍କୁ ଘେରି […]

naseeruddin_1545293940_618x347

naseeruddin_1545293940_618x347

Biswobandita Swain
  • Published: Friday, 21 December 2018
  • Updated: 21 December 2018, 09:34 AM IST

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ନାଶିରୁଦ୍ଦିନ୍ ଶାହା ଏବେ କିଛି ପ୍ରସଙ୍ଗରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। 'ଟିମ୍ ଇଣ୍ଡିଆ' ଅଧିନାୟକ ବିରାଟ୍ କୋହଲିଙ୍କୁ ଜଣେ ଅହଙ୍କାରୀ ବ୍ୟକ୍ତି କହିବାର କେଇ ଦିନ ପରେ ନାଶିରୁଦ୍ଦିନ ଦେଶର ଆଇନ ଶୃଙ୍ଖଳା ସ୍ଥିତି ନେଇ ପୁଣି ଏକ ବିବାଦୀୟ କଥା କହିଛନ୍ତି।

ନାଶିରୁଦ୍ଦିନ କହିଛନ୍ତି ଯେ " ଦେଶରେ ଏବେ ଉପୁଜୁଥିବା ପରିସ୍ଥିତିକୁ ନେଇ ମୋତେ ମୋ ପିଲାଙ୍କ ପାଇଁ ଡର ଲାଗୁଛି। ଯଦି ସେମାନଙ୍କୁ ଘେରି ଯାଇ କେହି ପଚାରେ, ତମେ ହିନ୍ଦୁ ନା ମୁସଲମାନ୍‌, ତେବେ ମୁଁ କ'ଣ କହିବି। ମୋ ପାଖରେ ଏହାର ଉତ୍ତର କିଛି ନାହିଁ। ଏବେ ସମାଜରେ ବିଷ ବ୍ୟାପି ଗଲାଣି ଏବଂ ଏହି ସ୍ଥିତି ସୁଧୁରିବାର କୌଣସି ସଙ୍କେତ ମତେ ମିଳୁନାହିଁ।" ଦେଶରେ ଆଇନ୍ ଖିଲାପ କରୁଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ନାଶିରୁଦ୍ଦିନ୍‌ କହିଛନ୍ତି।

ଉତ୍ତରପ୍ରଦେଶର ବୁଲନ୍ଦଶହରରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ହିଂସାକୁ ନେଇ ନାଶିରୁଦ୍ଦିନ୍‌ଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି। ନାଶିରୁଦ୍ଦିନ୍‌ ଜଣେ ମୁସ୍‌ଲମାନ୍ ହୋଇଥିବାବେଳେ ତାଙ୍କ ପତ୍ନୀ ରତ୍ନା ହେଉଛନ୍ତି ହିନ୍ଦୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos