ଆରମ୍ଭରୁ ବିବାଦ: ସତ କହୁଛନ୍ତି କି ଐଶ୍ୱର୍ଯ୍ୟା?

ମୁମ୍ବାଇ:  କିଛି ଦିନ ହେବ ଐଶ୍ୱର୍ଯ୍ୟା ରାୟ ମା’ ହେବା ନେଇ ଚର୍ଚ୍ଚା ହେଉଛି। ଏମିତି କହିବାର ଅର୍ଥ ଆପଣ ଠିକ୍‌ ବୁଝି ପାରୁଥିବେ। ନିକଟରେ ଐଶ୍ୱର୍ଯ୍ୟା ଆଉ ଏକ ଫିଲ୍ମ ‘ଜାସ୍ମିନ୍‌’ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ସେଥିରେ ସେ ନିଜ ଗର୍ଭ ଭଡା ଦେବା ବା ସରୋଗେସି ମା’ ଭୂମିକାରେ ନଜର ଆସିଥାନ୍ତେ।  ଖାଲି ଏତିକି, ନୁହେଁ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରାଯାଇଥିଲା। କିନ୍ତୁ ଐଶ୍ୱର୍ଯ୍ୟା ଏବେ ଏହି କଥାକୁ […]

aishwarya rai

aishwarya rai

Rakesh Mallick
  • Published: Friday, 12 January 2018
  • Updated: 12 January 2018, 01:29 PM IST

Sports

Latest News

ମୁମ୍ବାଇ:  କିଛି ଦିନ ହେବ ଐଶ୍ୱର୍ଯ୍ୟା ରାୟ ମା’ ହେବା ନେଇ ଚର୍ଚ୍ଚା ହେଉଛି। ଏମିତି କହିବାର ଅର୍ଥ ଆପଣ ଠିକ୍‌ ବୁଝି ପାରୁଥିବେ। ନିକଟରେ ଐଶ୍ୱର୍ଯ୍ୟା ଆଉ ଏକ ଫିଲ୍ମ ‘ଜାସ୍ମିନ୍‌’ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ସେଥିରେ ସେ ନିଜ ଗର୍ଭ ଭଡା ଦେବା ବା ସରୋଗେସି ମା’ ଭୂମିକାରେ ନଜର ଆସିଥାନ୍ତେ।  ଖାଲି ଏତିକି, ନୁହେଁ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରାଯାଇଥିଲା। କିନ୍ତୁ ଐଶ୍ୱର୍ଯ୍ୟା ଏବେ ଏହି କଥାକୁ ଖଣ୍ଡନ କରିଛନ୍ତି। ସେ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି।

ଖବର ମୁତାବକ ଐଶ୍ୱର୍ଯ୍ୟା ଏବେ ନିଜ ଫିଲ୍ମ ‘ଫନେ ଖାନ୍‌’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଏହି ବର୍ଷ ଇଦ୍‌ରେ ରିଲିଜ୍‌ ହେବ। ଐଶ୍‌ କହିଛନ୍ତି ଯେ ସେ ଏହି ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଅନ୍ୟ ପ୍ରୋଜେକ୍ଟରେ ଧ୍ୟାନ ଦେବାକୁ ତାଙ୍କ ପାଖରେ ସମୟ ନାହିଁ। ‘ଜୈସ୍ମିନ୍‌’ ଫିଲ୍ମର ପ୍ରମୋଶନ୍‌ ପାଇଁ ଫିଲ୍ମ ନିର୍ମାତା ତାଙ୍କ ନାଁକୁ ବ୍ୟବହାର କରିଛନ୍ତି। ଏମିତି କରିବା ସଂପୂର୍ଣ୍ଣ ଭୁଲ୍‌ ବୋଲି ସେ କହିଛନ୍ତି।

‘ଜାସ୍ମିନ୍‌’ ଗୁଜରାଟର ଜଣେ ମହିଳା ଉପରେ ଆଧାରିତ,  ଯିଏ ନିଜେ ମା’ ହେବାକୁ ଚାହୁଁନଥିଲେ, କିନ୍ତୁ ନିଜେ ଅନ୍ୟ ଜଣଙ୍କ ପାଇଁ ସରୋଗେଟ୍‌ ମା’ ହେବାପାଇଁ ନିଷ୍ପତ୍ତି ନେଇଥିଲେ। ପରେ ସେ ନିଜ ପିଲା କରିବାକୁ ଚାହିଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos