ପୁଣି ହଲିଉଡ୍‌କୁ ଫେରିବେ ବଲିଉଡ୍‌ ଡିଭା ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ର ନିଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ସୂଚନା ମୁତାବକ, ଦୀର୍ଘ ଦିନର ଗ୍ୟାପ୍‌ ପରେ ଐଶ୍ୱର୍ଯ୍ୟା ଏବେ ହଲିଉଡ୍‌ ଫିଲ୍ମରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଖବର ମୁତାବକ, ଐଶ୍ୱର୍ଯ୍ୟାଙ୍କୁ ନିକଟରେ ଏକ ହଲିଉଡ୍‌ ଫିଲ୍ମର ଅଫର୍‌ ଆସିଛି। ଏହି ପ୍ରୋଜେକ୍ଟକୁ ସମ୍ଭାଳିବା ପାଇଁ ସେ ଏକ ଟିମ୍‌ ମଧ୍ୟ ହାୟର୍‌ କରିଛନ୍ତି। ହଲିଉଡ୍‌ରେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ଙ୍କ ଆସିବା ପୂର୍ବରୁ ଐଶ୍ୱର୍ଯ୍ୟା ଜଣେ ଜଣାଶୁଣା ଭାରତୀୟ ଚେହେରା […]

aishwariya

aishwariya

Chinmayee Roy
  • Published: Thursday, 11 April 2019
  • Updated: 11 April 2019, 12:30 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ନିଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ସୂଚନା ମୁତାବକ, ଦୀର୍ଘ ଦିନର ଗ୍ୟାପ୍‌ ପରେ ଐଶ୍ୱର୍ଯ୍ୟା ଏବେ ହଲିଉଡ୍‌ ଫିଲ୍ମରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଖବର ମୁତାବକ, ଐଶ୍ୱର୍ଯ୍ୟାଙ୍କୁ ନିକଟରେ ଏକ ହଲିଉଡ୍‌ ଫିଲ୍ମର ଅଫର୍‌ ଆସିଛି। ଏହି ପ୍ରୋଜେକ୍ଟକୁ ସମ୍ଭାଳିବା ପାଇଁ ସେ ଏକ ଟିମ୍‌ ମଧ୍ୟ ହାୟର୍‌ କରିଛନ୍ତି। ହଲିଉଡ୍‌ରେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ଙ୍କ ଆସିବା ପୂର୍ବରୁ ଐଶ୍ୱର୍ଯ୍ୟା ଜଣେ ଜଣାଶୁଣା ଭାରତୀୟ ଚେହେରା ଥିଲେ। ଐଶ୍ୱର୍ଯ୍ୟା ଏବେ ଯାଏଁ ୫ଟି ହଲିଉଡ୍ ଫିଲ୍ମରେ କାମ କରିଛନ୍ତି।

https://www.instagram.com/p/BotaaGhlACp/?utm_source=ig_web_copy_link

ସେ ହଲିଉଡ୍‌ର ‘ବ୍ରାଇଡ୍‌ ଆଣ୍ଡ ପ୍ରିଜୁଡିସ୍‌’, ‘ଦ ମିଷ୍ଟ୍ରେସ୍‌ ଅଫ୍‌ ସିପାଇସେଜ୍‌’, ‘ପ୍ରୋଭୋକ୍ଡ’, ‘ଦ ଲାଷ୍ଟ ଲିଜନ୍’ ଏବଂ ‘ପିଙ୍କ୍ ପ୍ୟାନ୍ଥର୍’ ପରି ଫିଲ୍ମରେ କାମ କରିଛନ୍ତି। ଐଶ୍ୱର୍ଯ୍ୟା ବଲିଉଡ୍‌ରୁ ହଲିଉଡ୍‌ ଯାଏ ଏକ ଅର୍ନ୍ତଜାତୀୟ ଚେହେରା ପାଲଟି ଯାଇଛନ୍ତି। ଶେଷଥର ପାଇଁ ଏହି ବିଶ୍ୱ ସୁନ୍ଦରୀଙ୍କୁ ‘ପନ୍ନେ ଖାନ୍‌(୨୦୧୮)’ରେ ରାଜ୍‌କୁମାର ରାଓ ଓ ଅନୀଲ କପୁରଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ବିଶେଷ କିଛି କମାଲ୍ କରିପାରିନଥିଲା। ଏହା ପୂର୍ବରୁ ଐଶ୍ୱର୍ଯ୍ୟା ‘ଏ ଦିଲ୍ ହୈ ମୁଶକିଲ୍‌’ରେ ନିଜ  ଅଭିନୟ ଓ ଜବରଦସ୍ତ ଲୁକ୍‌ରେ ସମସ୍ତଙ୍କ ମନ ଜିତି ନେଇଥିଲେ।

https://www.instagram.com/p/Bir3DPxlFSe/?utm_source=ig_web_copy_link

ଏଥିସହ ଐଶ୍ୱର୍ଯ୍ୟାଙ୍କର ବଲିଉଡ୍‌ରେ ମଧ୍ୟ ଫିଲ୍ମ ଆସିବାକୁ ଯାଉଛି। ଐଶ୍ୱର୍ଯ୍ୟା ଖୁବ୍‌ଶୀଘ୍ର ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ‘ଗୁଲାବୋ’ ଫିଲ୍ମରେ ନଜର ଆସିବେ। ଏଥିସହ  ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ଐଶ୍ୱର୍ଯ୍ୟା, ମଣିରତ୍ନମଙ୍କ ଆଗାମୀ ଫିଲ୍ମ ସାଇନ୍‌ କରିବା ନେଇ ଚର୍ଚ୍ଚା ହେଉଛି।

https://www.instagram.com/p/BqQD6cQHBA1/?utm_source=ig_web_copy_link

ସୂଚନା ଅନୁଯାୟୀ, ହଲିଉଡ୍‌  ପ୍ରୋଜେକ୍ଟକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଐଶ୍‌ । ବର୍ତ୍ତମାନ ଏହି ପ୍ରୋଜେକ୍ଟର ପେପର ୱର୍କ ଚାଲିଛି। ସବୁକିଛି ଠିକ୍‌ ରହିଲେ ଚଳିତ ବର୍ଷର ଶେଷ ସୁଦ୍ଧା  ଫିଲ୍ମର ଘୋଷଣା ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos