ହାଇଦ୍ରାବାଦ: କଥାରେ ଅଛି ଯଦି ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ ତେବେ ତାକୁ ଠିକ୍ କରିବା ବେଶ୍ ମୁସକିଲ୍। କିଛି ଏଭଳି ହିଁ ଘଟିଛି ସାଉଥ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ। ଦୀର୍ଘ ୧୮ ବର୍ଷର ବିବାହକୁ ଭାଙ୍ଗିବା ପରେ ଏବେ ଧନୁଷଙ୍କ ସହ ଆଉ ଏକ ସମ୍ପର୍କକୁ ଛିନ୍ନ କରିଛନ୍ତି ଐଶ୍ୱର୍ଯ୍ୟା।
ସମସ୍ତ ସୋଶାଲ ମିଡିଆ ହ୍ୟାଣ୍ଡେଲରୁ ଧନୁଷଙ୍କ ନାଁ ହଟାଇଛନ୍ତି ଐଶ୍ୱର୍ଯ୍ୟା। ସେ ଏବେ କୌଣସି ପ୍ରକାରେ ମଧ୍ୟ ଧନୁଷ ନାଁ ନିଜ ସହ ଯୋଡି ରଖିବାକୁ ଚାହୁଁ ନାହାନ୍ତି। ସେ ଇନଷ୍ଟାଗ୍ରାମ ଓ ଟ୍ୱିଟର ହ୍ୟାଣ୍ଡେଲରୁ ନିଜ ସହ ଯୋଡି ହୋଇ ରହିଥିବା ଧନୁଷଙ୍କ ନାଁକୁ ହଟାଇ ଦେଇଛନ୍ତି। ଐଶ୍ୱର୍ଯ୍ୟାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଥମେ @ash_r_dhanush ନାଁ ଥିଲା। ଏବେ କିନ୍ତୁ ସେ ଏହାକୁ ବଦଳାଇ @ash_rajinikanth କରିଦେଇଛନ୍ତି। ଟ୍ୱିଟର ସମେତ ସେ ଇନ୍ଷ୍ଟାଗ୍ରାମରେ ମଧ୍ୟ ନିଜ ନାଁକୁ ବଦଳାଇ @aishwaryarajini କରିଦେଇଛନ୍ତି।
ସୂଚନା ମୁତାବକ, ଜାନୁଆରୀ ୧୭ରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟ ଓ ଧନୁଷ ନିଜ ୧୮ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇଥିଲେ। ଦୁହେଁ ଅଲଗା ହୋଇଯାଇଥିବା ନେଇ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ସେ ଲୋକଙ୍କ ଅପିଲ ମଧ୍ୟ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନଙ୍କୁ ସକ୍ତ ଝଟ୍କା ଲାଗିଥିଲା।
ଛାଡପତ୍ର ପରେ ଏବେ ଆଗକୁ ବଢ଼ୁଛନ୍ତି ଐଶ୍ୱର୍ଯ୍ୟା। ସେ ସାଉଥ ଇଣ୍ଡଷ୍ଟ୍ରି ପରେ ବଲିଉଡରେ ନିଜର ଦବଦବା ଜାହିର କରିବା ପାଇଁ ପାଦ ବଢ଼ାଇଛନ୍ତି। ସେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ଐଶ୍ୱର୍ଯ୍ୟ ରଜନୀକାନ୍ତ 'ଓ ସାଥୀ ଚଲ୍' ନାମକ ହିନ୍ଦୀ ଫିଲ୍ମରେ ନିର୍ଦ୍ଦେଶକ ରୂପେ ବଲିଉଡରେ ଏଣ୍ଟ୍ରି କରିବେ।