ପ୍ରଥମ ଦେଖା ପରେ କାଜୋଲଙ୍କୁ କାହିଁକି ଦେଖା କରିବାକୁ ଚାହୁଁନଥିଲେ ଅଜୟ ଦେବଗନ?

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି, ଯେଉଁମାନେ କି ନିଜର ପର୍ସନାଲ ଲାଇଫ ସହ ପ୍ରଫେସନାଲ ଲାଇଫ୍‌ରେ ମଧ୍ୟ ବେଶ ଲୋକପ୍ରିୟ। ସେମାନଙ୍କ ଭିତରେ କାଜୋଲ-ଅଜୟ ସବୁଠୁ ଆଗରେ। ଦୁହିଁଙ୍କର ବିବାହ ୧୯୯୫ରେ ହୋଇଥିଲା। କିନ୍ତୁ ଏମିତି ଏକ ସମୟ ଥିଲା ଯେବେ ଦୁହିଁଙ୍କର ପ୍ରଥମ ଦେଖା ପରେ ଅଜୟ ଦେବଗନ କାଜୋଲଙ୍କୁ ଆଉ ଦ୍ୱିତୀୟ ଥର ଦେଖା କରିବାକୁ ଚାହୁଁନଥିଲେ। ଏମିତି କଣ ହୋଇଥିଲା ଯେ କାଜୋଲଙ୍କ ଉପରେ ପୂରା ଖପ୍ପା ହେଇଯାଇଥିଲେ ଅଜୟ? […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 01:40 PM IST

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି, ଯେଉଁମାନେ କି ନିଜର ପର୍ସନାଲ ଲାଇଫ ସହ ପ୍ରଫେସନାଲ ଲାଇଫ୍‌ରେ ମଧ୍ୟ ବେଶ ଲୋକପ୍ରିୟ। ସେମାନଙ୍କ ଭିତରେ କାଜୋଲ-ଅଜୟ ସବୁଠୁ ଆଗରେ। ଦୁହିଁଙ୍କର ବିବାହ ୧୯୯୫ରେ ହୋଇଥିଲା। କିନ୍ତୁ ଏମିତି ଏକ ସମୟ ଥିଲା ଯେବେ ଦୁହିଁଙ୍କର ପ୍ରଥମ ଦେଖା ପରେ ଅଜୟ ଦେବଗନ କାଜୋଲଙ୍କୁ ଆଉ ଦ୍ୱିତୀୟ ଥର ଦେଖା କରିବାକୁ ଚାହୁଁନଥିଲେ। ଏମିତି କଣ ହୋଇଥିଲା ଯେ କାଜୋଲଙ୍କ ଉପରେ ପୂରା ଖପ୍ପା ହେଇଯାଇଥିଲେ ଅଜୟ?

ସେ ସମୟରେ ଦୁହେଁ ଦୁହିଁଙ୍କର ଫିଲ୍ମ କ୍ୟାରିଅରରେ ଖୁବ ଭଲ କାମ କରୁଥିଲେ ଓ ଦୁହିଁଙ୍କର ଅନ୍ୟ କଳାକାରମାନଙ୍କ ସହ ଅଫେୟାର ଥିଲା। ଅଜୟ ଦେବଗନଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ହୋଇଥିଲା। ରବିନା ଟଣ୍ଡନ, କରିସ୍ମା କପୁର,ଏମିତିକି ‘ୱାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ଫିଲ୍ମ କରିବା ସମୟରେ କଙ୍ଗନା ରଣାୱତଙ୍କ ସହ ତାଙ୍କ ଅଫେୟାର ଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା।

ବିବାହ ପରେ ଅଜୟ ଏକ ଇଣ୍ଟରଭ୍ୟୁରେ କହିଥିଲେ, କାଜୋଲଙ୍କ ସହ ପ୍ରଥମ ଦେଖା ପରେ ତାଙ୍କ ସହ ଦ୍ୱିତୀୟ ଥର ଦେଖା କରିବାକୁ କୌଣସି ଇଚ୍ଛା ନଥିଲା। ଏମିତିକି ଅଜୟ କହିଥିଲେ, କାଜୋଲ ତାଙ୍କୁ ଆଦୌ ପସନ୍ଦ ଆସି ନଥିଲେ। ଅଜୟଙ୍କୁ କାଜୋଲ ବହୁତ ଗର୍ବୀ ଓ ଗପୁଡ଼ି ଲାଗିଥିଲେ। ଦୁହିଁଙ୍କର ପର୍ସନାଲିଟି ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା, କିନ୍ତୁ ଏମିତି ସମୟ ଆସିଲା ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଗଲେ ଓ ବିବାହ କରିଥିଲେ।

କାଜୋଲ କୁହନ୍ତି, ସେମାନେ କେବେ ସାଧାରଣ ଦମ୍ପତିଙ୍କ ଭଳି ପରସ୍ପରକୁ ଆଇ ଲଭ ୟୁ କହି ନଥିଲେ। କିନ୍ତୁ ସମୟ ଅନୁସାରେ ତାଙ୍କ ପ୍ରେମ ବଢି ଚାଲିଲା। ସେମାନେ କେବେ ନିଜ ବିବାହ ବିଷୟରେ କଥା ହେଉନଥିଲେ, କିନ୍ତୁ ଏତିକି ଜାଣିଥିଲେ ଦୁହେଁ କେବେନା କେବେ ବିବାହ କରିବେ।

Related story