ଅପକମିଂ ଫିଲ୍ମ ‘ବାଦଶାହା’ ସୁଟିଂରେ ବ୍ୟସ୍ତ ଅଜୟ ଦେବଗନ

ମୁମ୍ବାଇ: ଫିଲ୍ମ ‘ଶିବାୟ’ ପରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବେ ତାଙ୍କର  ଅପକମିଂ ଫିଲ୍ମ ‘ବାଦଶାହା’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଅଜୟ ତାଙ୍କ  ଇନଷ୍ଟଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହାର କ୍ୟାପସନରେ ଲେଖିଛନ୍ତି  ‘ବାଦଶାହା ଟାଇମ୍‌’

ମିଲନ ଲୁଥାରିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଇମରାନ ହାସମୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ  ଇସା ଗୁପ୍ତାଙ୍କୁ ଦେଖିବାକୁ ମିଳିବ।

‘ଶିବାୟ’ ରେ ଅଜୟଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ।