ଅକ୍ଷୟ ଶ୍ରେଷ୍ଠ ଅଭିନେତା; ୪୯ ବର୍ଷରେ ମିଳିଲା ପ୍ରଥମ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ନିରଜା’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିବ। ସେହିପରି ଅମିତାଭ ବଚ୍ଚନ ଅଭିନୀତ ‘ପିଙ୍କ୍‌’ ସାମାଜିକ ପ୍ରସଙ୍ଗରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ‘ରୁସ୍ତମ’ ପାଇଁ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ନାଗେଶ କୁକନୁରଙ୍କ ‘ଧନକ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସେହିପରି ‘ଦଙ୍ଗଲ’ ପାଇଁ ଜାଇରା ୱାସିମ୍‌ଙ୍କୁ […]

akhya

akhya

Rakesh Mallick
  • Published: Friday, 07 April 2017
  • Updated: 07 April 2017, 03:13 PM IST

Sports

Latest News

ନୂଆଦିଲ୍ଲୀ: ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ନିରଜା’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିବ। ସେହିପରି ଅମିତାଭ ବଚ୍ଚନ ଅଭିନୀତ ‘ପିଙ୍କ୍‌’ ସାମାଜିକ ପ୍ରସଙ୍ଗରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ‘ରୁସ୍ତମ’ ପାଇଁ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ନାଗେଶ କୁକନୁରଙ୍କ ‘ଧନକ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।

ସେହିପରି ‘ଦଙ୍ଗଲ’ ପାଇଁ ଜାଇରା ୱାସିମ୍‌ଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବ। ମରାଠି ଫିଲ୍ମ ‘ଭେଣ୍ଟିଲେଟର’ ପାଇଁ ରାଜେଶ ମାପସ୍କର ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି। ଫିଲ୍ମର ପ୍ରଯୋଜନା ପ୍ରିୟଙ୍କା ଚ୍ରୋପା କରିଛନ୍ତି। ସେହିପରି ଅଜୟ ଦେବଗନଙ୍କ ‘ଶିବାୟ’କୁ ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ ପାଇଁ ପୁରସ୍କାର ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos