‘ଇନ୍‌ଷ୍ଟାଗ୍ରାମ୍‌’ରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କର ଅଛନ୍ତି ସର୍ବାଧିକ ଫଲୋଅର୍ସ୍‌, ଜାଣନ୍ତୁ, ଅନ୍ୟ କିଏ ସବୁ ପଛକୁ ରହିଲେ  

'ଇନ୍‌ଷ୍ଟାଗ୍ରାମ୍‌'ରେ ସର୍ବାଧିକ  ଫଲୋଅର୍ସ୍‌ ତାଲିକାରେ ଅକ୍ଷୟ କୁମାର୍‌, ତିନି ଖାନ୍‌ ଓ ବିଗ୍ ବି'ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସୋଶାଲ୍‌ ନେଟ୍‌ୱର୍କିଂ ସାଇଟ୍ ‘ଇନ୍‌ଷ୍ଟାଗ୍ରାମ୍‌’ରେ ବି’ ଟାଉନ୍‌ର ଅନ୍ୟ ସମସ୍ତ ନାମୀ ହସ୍ତୀଙ୍କୁ ପଛରେ ପକାଇ ଏହି ଅଭିନେତା ପାଇଛନ୍ତି ସର୍ବାଧିକ ଫଲୋଅର୍ସ ଥିବା ବଲିଉଡ୍‌ ଅଭିନେତାର ମାନ୍ୟତା।

ଏବେ ଆପଣ ଜାଣିବାକୁ ଚାହିଁବେ, କିଏ ଏହି ଅଭିନେତା?

ଏହି ଭାଗ୍ୟଶାଳୀ ଅଭିନେତା ହେଉଛନ୍ତି ବଲିଉଡ୍‌ର ଖିଲାଡ଼ି ଷ୍ଟାର୍‌, ଅକ୍ଷୟ କୁମାର୍‌। ‘ଇନ୍‌ଷ୍ଟାଗ୍ରାମ୍‌’ରେ ସର୍ବାଧିକ  ଫଲୋଅର୍ସ୍‌ ତାଲିକାରେ ଅକ୍ଷୟ କୁମାର୍‌, ତିନି ଖାନ୍‌ ଓ ବିଗ୍ ବି’ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ସୂଚନା ଅନୁସାରେ, ‘ଇନ୍‌ଷ୍ଟାଗ୍ରାମ୍‌’ରେ ଅକ୍ଷୟ କୁମାରଙ୍କର ଫଲୋଅର୍ସ୍‌ଙ୍କ ସଂଖ୍ୟା ୨ କୋଟି (୨୦ ମିଲିୟନ୍‌) ଛୁଇଁଛି।  ଏହି ଉପଲବ୍ଧି ପାଇଁ ଅକ୍ଷୟଙ୍କୁ ‘ଇନ୍‌ଷ୍ଟାଗ୍ରାମ୍‌’ ପକ୍ଷରୁ ଉପହାର ଆକାରରେ ଏକ ସ୍ମାରକୀ ଦିଆଯାଇଛି।

akhyaଅକ୍ଷୟ ଏହି ସ୍ମରଣୀୟ ଉପହାର ସହ ଏକ ଫଟୋ ବି ସେୟାର୍‌ କରିଛନ୍ତି। ସେୟାର କରିଥିବା ଫଟୋ ତଳେ ସେ ଲେଖିଛନ୍ତି, ‘ ଇନ୍‌ଷ୍ଟାଗ୍ରାମ୍‌ରୁ ଆଉ ଏକ ଗୋଲ୍ଡ୍‌ ମିଲିଲା। କହିବାକୁ ଖୁସି ଲାଗୁଛି ଯେ ମୁଁ ବଲିଉଡ୍‌ର ପ୍ରଥମ ଅଭିନେତା ହୋଇସାରିଛି, ଯାହାର ଇନ୍‌ଷ୍ଟାଗ୍ରାମ୍‌ରେ ୨ କୋଟି ଫଲୋଅର୍ସ ଅଛନ୍ତି। ଏହି ଭଲପାଇବା ପାଇଁ ଧନ୍ୟବାଦ୍।’

‘ଇନ୍‌ଷ୍ଟାଗ୍ରାମ୍‌’ରେ ଅଧିକ ସଂଖ୍ୟାରେ ଫଲୋଅର୍ସ ତାଲିକାରେ ଅକ୍ଷୟ କୁମାର୍‌ଙ୍କ ପଛକୁ ଅଛନ୍ତି ସଲମାନ୍‌ ଖାନ୍‌ (୧୭.୯ ମିଲିୟନ୍ ଫଲୋଅର୍ସ୍‌), ଶାହାରୁଖ୍ ଖାନ୍( ୧୩.୯ ମିଲିୟନ୍ ଫଲୋଅର୍ସ୍‌), ଅମିତାଭ ବଚ୍ଚନ୍‌(୯.୮ ମିଲିୟନ୍ ଫଲୋଅର୍ସ୍‌) ଏବଂ ଆମିର୍‌ ଖାନ୍‌(୧.୨ ମିଲିୟନ୍‌ ଫଲୋଅର୍ସ୍‌)।

ନିକଟରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାର୍‌ ଅଭିନୀତ ଫିଲ୍ମ ‘ଗୋଲ୍ଡ୍‌’ ବକ୍ସ୍‌ ଅଫିସ୍‌ରେ ଖୁବ୍‌ ଭଲ ପ୍ରଦର୍ଶନ କରୁଛି। ରିଲିଜ୍‌ ହେବାର ୫ ଦିନ ଭିତରେ ଏହି ଫିଲ୍ମ୍‌ ୭୧.୩୦ କୋଟି ଟଙ୍କା ଆୟ କରିଛି। ଆଗକୁ ଅକ୍ଷୟଙ୍କର ‘କେଶରୀ’, ‘ହାଉସଫୁଲ୍-୪’ ଓ ‘ଗୁଡ୍ ନ୍ୟୁଜ୍’ ପରି ଫିଲ୍ମ ଆସୁଛି।