ଗୁଲଶନ୍‌ କୁମାରଙ୍କ ବାୟୋପିକ୍‌ରୁ ବାହାରିଲେ ଅକ୍ଷୟ, ଏଣ୍ଟ୍ରି କରିପାରନ୍ତି ଏହି ଷ୍ଟାର

ମୁମ୍ବାଇ: ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାରଙ୍କୁ ବାୟୋପିକ୍‌ ଫିଲ୍ମର କିଙ୍ଗ୍‌ କୁହାଯାଏ। ସେ ଅନେକ ବାୟୋପିକ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ସେସବୁ ଦର୍ଶକଙ୍କ ମନକୁ ମଧ୍ୟ ବେଶ୍‌ ଛୁଇଁ ପାରିଛି। କିଛି ଦିନ ପୂର୍ବରୁ ଅକ୍ଷୟ ଗୁଲଶନ୍‌ କୁମାରଙ୍କ ଉପରେ ନିର୍ମିତ ହେଉଥିବା ବାୟୋପିକ୍‌ ଫିଲ୍ମ  ‘ମୁଗଲ’ ସାଇନ୍‌ କରିଥିଲେ। କିନ୍ତୁ ମିଳିଥିବା ଖବର ମୁତାବିକ ଏହି ଫିଲ୍ମରେ ସେ ଆଉ ଅଭିନୟ କରିବେ ନାହିଁ। ତାଙ୍କ ସ୍ଥାନରେ ସଲମାନ୍‌ ଖାନ ଅଭିନୟ କରିପାରନ୍ତି। ମିଳିଥିବା ରିପୋର୍ଟ […]

Akshay-kumar

Akshay-kumar

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 02:12 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାରଙ୍କୁ ବାୟୋପିକ୍‌ ଫିଲ୍ମର କିଙ୍ଗ୍‌ କୁହାଯାଏ। ସେ ଅନେକ ବାୟୋପିକ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ସେସବୁ ଦର୍ଶକଙ୍କ ମନକୁ ମଧ୍ୟ ବେଶ୍‌ ଛୁଇଁ ପାରିଛି। କିଛି ଦିନ ପୂର୍ବରୁ ଅକ୍ଷୟ ଗୁଲଶନ୍‌ କୁମାରଙ୍କ ଉପରେ ନିର୍ମିତ ହେଉଥିବା ବାୟୋପିକ୍‌ ଫିଲ୍ମ  ‘ମୁଗଲ’ ସାଇନ୍‌ କରିଥିଲେ। କିନ୍ତୁ ମିଳିଥିବା ଖବର ମୁତାବିକ ଏହି ଫିଲ୍ମରେ ସେ ଆଉ ଅଭିନୟ କରିବେ ନାହିଁ। ତାଙ୍କ ସ୍ଥାନରେ ସଲମାନ୍‌ ଖାନ ଅଭିନୟ କରିପାରନ୍ତି।

ମିଳିଥିବା ରିପୋର୍ଟ ଅନୁସାରେ ଫିଲ୍ମର ସୁଟିଂ ଡେଟ୍‌କୁ ନେଇ ଉପୁଜୁଥିବା ସମସ୍ୟା ଯୋଗୁଁ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏହାବି କୁହାଯାଉଛି ଯେ ଗୁଲଶନ୍‌ କୁମାରଙ୍କ ସହ ଜଡ଼ିତ ବିବାଦ ଯୋଗୁଁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଛନ୍ତି।  ଅକ୍ଷୟ ଫିଲ୍ମର ସାଇନିଙ୍ଗ୍‌ ଏମାଉଣ୍ଟ ବି ଫେରସ୍ତ କରି ଦେଇଛନ୍ତି।

salmanଅକ୍ଷୟ ଏହି ଫିଲ୍ମରୁ ପଛଘୁଞ୍ଚା ଦେଉଥିବା ପୂର୍ବରୁ ବି ଶୁଣିବାକୁ ମିଳିଥିଲା ସେ ସମୟରେ ତାଙ୍କ ସ୍ଥାନରେ ଆମୀରଙ୍କୁ ନେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଏବେ ଖବର ଆସୁଛି ସଲମାନ୍‌ ସେଥିରେ ଅଭିନୟ କରିପାରନ୍ତି।

ଅକ୍ଷୟ ଏବେ ଫିଲ୍ମ ‘କେଶରୀ’ ଓ ‘ଗୋଲ୍ଡ’ରେ ବ୍ୟସ୍ତ ଥିବାବେଳେ ସଲମାନ ଏବେ ‘ରେସ୍‌-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଦେଖିବା ବାକି ରହିଲା ‘ମୁଗଲ’ରେ ଗୁଲଶନ୍‌ କୁମାରଙ୍କ ରୋଲ କିଏ ପ୍ଲେ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos