ବିଶ୍ୱର ସବୁଠୁ ଧନୀ କଳାକାରଙ୍କ ତାଲିକାରେ ଅକ୍ଷୟ କୁମାର

ମୁମ୍ବାଇ: ପ୍ରସିଦ୍ଧ ‘ଫୋର୍ବସ୍‌’ ପତ୍ରିକା ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ସବୁଠୁ ଧନୀ କଳାକାରଙ୍କ ତାଲିକା। ଏହି ତାଲିକାରେ ଏକ ମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ଏହି ତାଲିକାରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ‘ଖିଲାଡି କୁମାର’ ନାଁରେ ଜଣାଶୁଣା ଅକ୍ଷୟ ଜୁନ୍‌ ୨୦୧୮ରୁ ଜୁନ୍‌ ୨୦୧୯ ମଧ୍ୟରେ ପ୍ରାୟ ୪୬୬ କୋଟି ଟଙ୍କା ଆୟ କରିଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ହଲିଉଡ୍ ତାରକା ଡ୍ୱେନ୍‌ ଜନସନ୍, ଯିଏ […]

akhya-kumar

akhya-kumar

Chinmayee Roy
  • Published: Saturday, 24 August 2019
  • Updated: 24 August 2019, 12:33 PM IST

Sports

Latest News

ମୁମ୍ବାଇ: ପ୍ରସିଦ୍ଧ ‘ଫୋର୍ବସ୍‌’ ପତ୍ରିକା ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ସବୁଠୁ ଧନୀ କଳାକାରଙ୍କ ତାଲିକା। ଏହି ତାଲିକାରେ ଏକ ମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ଏହି ତାଲିକାରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

‘ଖିଲାଡି କୁମାର’ ନାଁରେ ଜଣାଶୁଣା ଅକ୍ଷୟ ଜୁନ୍‌ ୨୦୧୮ରୁ ଜୁନ୍‌ ୨୦୧୯ ମଧ୍ୟରେ ପ୍ରାୟ ୪୬୬ କୋଟି ଟଙ୍କା ଆୟ କରିଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ହଲିଉଡ୍ ତାରକା ଡ୍ୱେନ୍‌ ଜନସନ୍, ଯିଏ ‘ଦ ରକ୍‌’ ନାଁରେ ବେଶ୍ ଜଣାଶୁଣା। ଏହି ସମୟ ମଧ୍ୟରେ ସେ ୬୪୧ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି।

https://twitter.com/Forbes/status/1164663536888496134

ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟଙ୍କ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ ବକ୍ସ ଅଫିସ୍‌ରେ ଧମାଲ କରିଛି। ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇସାରିଛି। ଭାରତର ‘ମଙ୍ଗଳ’ ମିଶନ୍‌ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ ଅଭିନୟ କରିଛନ୍ତି। ତାଙ୍କ ସହିତ ବିଦ୍ୟା ବାଲାନ୍‌, ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଏ ଫିଲ୍ମରେ ଅଭିନୟ କରିଛନ୍ତି। ଆଗକୁ ଅକ୍ଷୟଙ୍କର ଆହୁରି ୪ଟି ଫିଲ୍ମ-  ‘ହାଉସ୍‌ଫୁଲ୍‌-୪’ ଓ ‘ଗୁଡ୍‌ ନ୍ୟୁଜ୍, ‘ସୂର୍ଯ୍ୟ ବଂଶମ୍’ ଓ ‘ଲକ୍ଷ୍ମୀ ବମ୍ବ୍’ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos