ମାଗାଜିନ୍ କଭର୍‌ ପାଇଁ ଟ୍ରଲ୍‌ ହେଲେ ଆଲିଆ

ମୁମ୍ବାଇ: ଫ୍ୟାଶନ୍‌ ମାଗାଜିନ୍‌ଗୁଡ଼ିକ ଅନ୍ୟ ମାଗାଜିନ୍‌ଠୁ କଭର ପେଜ୍‌ ଲାଗି ପ୍ରେରଣା ନେଇଥାନ୍ତି। ହେଲେ କିଛି ମାଗାଜିନ୍‌ କଭର୍‌ ଏହାକୁ ନେଇ ଆପତ୍ତି କରିବା ସହ ଆଇଡିଆ କପି କରିବାରୁ ବିରକ୍ତି ଭାବ ମଧ୍ୟ ପ୍ରକାଶ  କରୁଥିବା  ଘଟଣା ନଜରକୁ ଆସିଛି । ଏବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବି ଏମିତି କିଛି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ନିକଟରେ ଆଲିଆ ଏକ ମାଗାଜିନ୍‌ର କଭର ପେଜ୍‌ରେ ନଜର ଆସିଥିଲେ। ଏହି କଭର୍‌ ଉପରେ […]

alia

alia

Chinmayee Roy
  • Published: Saturday, 30 March 2019
  • Updated: 30 March 2019, 02:11 PM IST

Sports

Latest News

ମୁମ୍ବାଇ: ଫ୍ୟାଶନ୍‌ ମାଗାଜିନ୍‌ଗୁଡ଼ିକ ଅନ୍ୟ ମାଗାଜିନ୍‌ଠୁ କଭର ପେଜ୍‌ ଲାଗି ପ୍ରେରଣା ନେଇଥାନ୍ତି। ହେଲେ କିଛି ମାଗାଜିନ୍‌ କଭର୍‌ ଏହାକୁ ନେଇ ଆପତ୍ତି କରିବା ସହ ଆଇଡିଆ କପି କରିବାରୁ ବିରକ୍ତି ଭାବ ମଧ୍ୟ ପ୍ରକାଶ  କରୁଥିବା  ଘଟଣା ନଜରକୁ ଆସିଛି । ଏବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବି ଏମିତି କିଛି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି।

ନିକଟରେ ଆଲିଆ ଏକ ମାଗାଜିନ୍‌ର କଭର ପେଜ୍‌ରେ ନଜର ଆସିଥିଲେ। ଏହି କଭର୍‌ ଉପରେ ଅଭିଯୋଗ ଆସିଛି ଯେ ଏହାକୁ ଲୋକପ୍ରିୟ ଗାୟିକା ଦୁଆ ଲିପାଙ୍କ କ୍ୟାମ୍ପେନ୍‌ କଭର୍‌ରୁ ଚୋରି କରାଯାଇଛି। ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଚ ପ୍ରାୟ ସବୁବେଳେ ଡିଜାଇନର୍ସ, ଷ୍ଟାଇଲିଷ୍ଟ ଓ ଫ୍ୟାଶନ ସହ ଜଡ଼ିତ ଥିବା ଲୋକଙ୍କୁ କପି କରୁଥିବା ନେଇ ଟ୍ରଲ୍‌  କରିଥାନ୍ତି। ଏହି ଆକାଉଣ୍ଟ ଆଲିଆଙ୍କୁ ମଧ୍ୟ ଟ୍ରଲ୍‌ କରିଛି ଓ ଷ୍ଟାଇଲିସ୍‌ ଉପରେ କଭର ଚୋରି କରିଥିବା ଅଭିଯୋଗ  ଆଣିଛି।

https://www.instagram.com/p/BuVuBlghEP-/?utm_source=ig_web_copy_link

ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଆଲିଆ ଓ ଦୁଆ ଲିପାଙ୍କ କଭର୍‌ ଫଟୋର ତୁଳନା କରାଯାଇଛି। ଏହି ପୋଷ୍ଟରେ ଲେଖାଯାଇଛି, ‘ମାଗାଜିନ୍‌ ଓ ଏମାନଙ୍କ ଖୁଲମଖୁଲା  କପି। ମାଗାଜିନ୍‌ଗୁଡିଙ୍କୁ ଟିକେ ସାବଧାନତା ଅବଲମ୍ୱନ କରିବା ଉଚିତ୍।'

https://www.instagram.com/p/BvlCYRpDFXZ/?utm_source=ig_web_copy_link

ଏହାପରେ ଆଲିଆ ଏହି କଭର ଫଟୋ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।  ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ  ଏ ନେଇ ଏକ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି ମୁଁ ଏହି କଭର୍‌ ପାଇଁ ଫେବୃଆରୀ ୬ରେ ସୁଟ୍‌ କରିଥିଲି। ଆଉ ଯେତିକି  ମୁଁ ଜାଣିଛି , ଏଇ ଦ୍ୱିତୀୟ ଫଟୋଟି ଫେବୃଆରୀ ୨୪ରେ ଅପଲୋଡ୍‌ ହୋଇଥିଲା।

https://www.instagram.com/p/BvlJ6pujjMY/?utm_source=ig_web_copy_link

ୱର୍କ ଫ୍ରଣ୍ଟ କଥା କହିଲେ  ଆଲିଆ ଏବେ ନିଜ  ଫିଲ୍ମ ‘କଲଙ୍କ’ ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ୧୭ ଏପ୍ରିଲ୍‌କୁ ପରଦାକୁ ଆସିବ। ଫିଲ୍ମରେ ଆଲିଆଙ୍କ ବ୍ୟତୀତ, ବରୁଣ ଧୱନ୍‌, ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷୀତ୍, ଆଦିତ୍ୟ ରାୟ କପୁର ପ୍ରମୁଖ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos