ବରୁଣ ଏବେ ପରିପକ୍ୱ ନୁହେଁ: ସେ ଗୋଟେ ଛୋଟ ମର୍ଦ୍ଦ ପୁଅ

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ବହୁତ ଅଳ୍ପ ସମୟ ମଧ୍ୟରେ ବଲିଉଡରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  ଆଲିଆ ଭଟ୍ଟ,  ଅଭିନେତା ବରୁଣ ଧବନ ଓ ସିଦ୍ଧାର୍ଥ ମଲହୋତ୍ରା ଏକ ସାଙ୍ଗରେ ଏଣ୍ଟ୍ରି କରିଥିଲେ ବଲିଉଡରେ । ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ “ଷ୍ଟୁଣ୍ଡେଣ୍ଟ ଅଫ୍ ଦ ଇୟର”ରେ ଆଲିଆ, ବରୁଣ, ସିଦ୍ଧାର୍ଥଙ୍କୁ ଏକାଠି ଦେଖିବାକୁ  ମିଳିଥିଲା। ଏହି ଫିଲ୍ମରେ ସେମାନ ତିନିଜଣ ବନ୍ଧୁ ଥିଲେ। କିନ୍ତୁ ରିଏଲ ଲାଇଫରେ ମଧ୍ୟ ଏହି […]

student-of-the-year

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 01:42 PM IST

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ବହୁତ ଅଳ୍ପ ସମୟ ମଧ୍ୟରେ ବଲିଉଡରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  ଆଲିଆ ଭଟ୍ଟ,  ଅଭିନେତା ବରୁଣ ଧବନ ଓ ସିଦ୍ଧାର୍ଥ ମଲହୋତ୍ରା ଏକ ସାଙ୍ଗରେ ଏଣ୍ଟ୍ରି କରିଥିଲେ ବଲିଉଡରେ । ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ “ଷ୍ଟୁଣ୍ଡେଣ୍ଟ ଅଫ୍ ଦ ଇୟର”ରେ ଆଲିଆ, ବରୁଣ, ସିଦ୍ଧାର୍ଥଙ୍କୁ ଏକାଠି ଦେଖିବାକୁ  ମିଳିଥିଲା। ଏହି ଫିଲ୍ମରେ ସେମାନ ତିନିଜଣ ବନ୍ଧୁ ଥିଲେ। କିନ୍ତୁ ରିଏଲ ଲାଇଫରେ ମଧ୍ୟ ଏହି ତିନି ଜଣ ଭଲ ବନ୍ଧୁ । ବେଳେବେଳେ ଏମାନଙ୍କୁ  ଖୁସି ମଜା କରୁଥିବା ଦେଖିବାକୁ ମିଳିଥାଏ।

କିଛି ଦିନ ପୂର୍ବରୁ ଆଲିଆ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ ସଂପର୍କ ଚାଲିଥିବା ନେଇ  ଖୁବ୍‌ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ  ଆଜିଯାଏଁ  ନିଜର ରିଲେସନକୁ  ନେଇ ଏମାନେ  ‌ଖୋଲାଖୋଲି ସ୍ୱୀକାର କରି ନାହାନ୍ତି।  କିନ୍ତୁ ଆଲିଆ ନିଜର ସାଙ୍ଗ ବରୁଣ ବିଷୟରେ ଏପରି କହିଛନ୍ତି। ଯାହା ବରୁଣଙ୍କୁ  ପସନ୍ଦ ଆସିବ ନାହିଁ।

ସବୁ ପୁଅମାନେ ଚାହାଁନ୍ତି, ଝିଅମାନେ ତାଙ୍କୁ ‘ମାଚିଓର୍ଡ ମ୍ୟାନ୍’ ବା  ସଂପୂର୍ଣ୍ଣ ପୁରୁଷ କିମ୍ବା ସୁପର ମ୍ୟାନ୍‌ ଭାବନ୍ତୁ। ଯଦି କୌଣସି ଝିଅ ତାଙ୍କୁ  ଛୋଟ ପିଲା  କହିଦିଏ,  ଆପଣ ଜାଣିଥିବେ  ଏହି କଥା କେତେ ପୁଅଙ୍କୁ ହର୍ଟ ଥାଏ। ଏପରି କିଛି ହୋଇଛି ବରୁଣଙ୍କ ସହ।

ଏକ କାର୍ଯ୍ୟକ୍ରମରେ ବରୁଣ ଓ ସିଦ୍ଧାର୍ଥ ମଧ୍ୟରେ ଥିବା ସଂପର୍କ ନେଇ ଗୁମର ଖୋଲିଛନ୍ତି ଆଲିଆ । ସେ କହିଛନ୍ତି,“ବରୁଣଙ୍କ ସହ ମୋର ସବୁବେଳେ ଛୋଟ ଛୋଟ ଝଗଡ଼ା ହୋଇଥାଏ। କାହିଁକି ନା ଏବେ ବରୁଣ ଛୋଟ ପିଲା।”

ଏହାସହ ଆଲିଆ ସିଦ୍ଧାର୍ଥଙ୍କୁ ପ୍ରଂଶସା କରିଛନ୍ତି। ସେ କହିଛନ୍ତି,“ସିଦ୍ଧାର୍ଥ  ପୁରୁଷ। ବରୁଣ ପୁରୁଷ କିନ୍ତୁ ସେ  ଛୋଟ ମର୍ଦ୍ଦ ବା ଛୋଟ ପୁରୁଷ।”

ଆଲିଆଙ୍କ ଏଭଳି କଥା ବରୁଣଙ୍କୁ କେବେ ପସନ୍ଦ ଆସିବନି।

କୌଣସି ପୁଅ ଅନ୍ୟ ପୁଅର ପ୍ରଂଶସା ଗୋଟିଏ ଝିଅ ମୁହଁରୁ ଶୁଣିବା କଷ୍ଟକର ହୋଇଥାଏ।

 

Related story