ହାଇଦ୍ରାବାଦ: ସାଉଥଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମୀକା ମନ୍ଦନା। ଏହି ଯୋଡି ପରଦାରେ ଯେତେକି ହିଟ୍ ରିଅଲ ଲାଇଫରେ ମଧ୍ୟ ସେତିକି ଚର୍ଚ୍ଚିତ। ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଏବଂ ବିବାହ କରିବାକୁ ଯାଉଥିବା ଖବର ଏବେ ହେଡ୍ଲାଇନ୍ ପାଲଟିଛି। ଗତ ସପ୍ତାହରେ 'ପୁଷ୍ପା' ଫେମ୍ ରଶ୍ମୀକା ବିଜୟ ଦେବରକୋଣ୍ଡାଙ୍କୁ ବିବାହ କରିବାକୁ ଯାଉଥିବା ନେଇ ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଉଭୟ କେବେ ବିବାହ କରିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲା। ଏବେ ରଶ୍ମୀକା ଏନେଇ ନିଜେ ମୁହଁ ଖୋଲିଛନ୍ତି। ସେ କେବେ ବିବାହ କରିବେ, ସେନେଇ କରିଛନ୍ତି ବଡ ଖୁଲାସା। ଆଉ ତାଙ୍କ ଫ୍ୟାନ୍ମାନଙ୍କୁ ଦେଇଛନ୍ତି ସର୍ପ୍ରାଇଜ।
ନିକଟରେ ଏକ ସାକ୍ଷାତକାର୍ରେ ରଶ୍ମୀକା କେବେ ବିବାହ କରିବେ, ଏନେଇ କ'ଣ ରହିଛି ତାଙ୍କ ପ୍ଲାନିଂ ଏସବୁକୁ ନେଇ ଖୋଲାଖୋଲି ନିଜ ମତ ରଖିଛନ୍ତି। ଚଳିତ ବର୍ଷ ରଶ୍ମୀକା ହାତକୁ ଦି ହାତ ହେବ। ସେ ତାଙ୍କ କଥିତ ବୟଫ୍ରେଣ୍ଡ ବିଜୟ ଦେବରକୋଣ୍ଡାଙ୍କୁ ବିବାହ କରିବେ। ଏନେଇ ଗତ ସପ୍ତାହ ଖବର ଭାଇରାଲ ହୋଇଥିଲା। ଏହି ଖବର ପ୍ରସାରିତ ହେବା ପରେ ଅର୍ଜୁନ ରେଡ୍ଡି ଫେମ୍ ଅଭିନେତା ସୋଶାଲ ମିଡିଆ ଉପରେ ଜୋରଦାର ବର୍ଷିଥିଲେ। ସେ ଟ୍ୱିଟ୍ କରି ଏହି ଖବରକୁ ଖଣ୍ଡନ କରିବା ସହ ଏହା କେବଳ ଗୁଜବ ବୋଲି କହିଥିଲେ।
ଏବେ ରଶ୍ମୀକା ନିଜ ବିବାହ ଗୁଜକୁ ନେଇ ମୁହଁ ଖୋଲିଛନ୍ତି। ସେ ମିର୍ଚୀ-୯କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, 'ଏ ପ୍ରକାରର ଗୁଜବ ଶୁଣି ମୋର ଟାଇମ୍ପାସ୍ ହୋଇଯାଏ। ବିବାହ କରିବା ପାଇଁ ଏବେମୋ ପାଖରେ ଆହୁରି ସମୟ ଅଛି। ସଠିକ୍ ସମୟ ଆସିଲେ ମୁଁ ବିବାହ କରିବି। ତେବେ ଏହି ପ୍ରକାରର ଗୁଜବ ମୋତେ ପସନ୍ଦ। ତେଣୁ ଯେଉଁମାନେ ଏଭଳି ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ କିରବାକୁ ଦିଅ।'
ସୂଚନା ମୁତାବକ, ବିଜୟ ଦେବରକୋଣ୍ଡା ଓ ରଶ୍ମୀକା ମନ୍ଦନାଙ୍କ ଯୋଡିକୁ ଫ୍ୟାନ୍ମାନେ ଖୁବ୍ ପସନ୍ଦ କରନ୍ତି। ଦୁହିଁଙ୍କ ଏକାଠି ଦେଖିବା ପାଇଁ ସେମାନେ ପ୍ରାୟ ପାଗଳ। ବିଜୟ ଏବଂ ରଶ୍ମୀକା ପ୍ରଥମ କରି ନିର୍ଦ୍ଦେଶକ ପର୍ଶୁରାମଙ୍କ ଫିଲ୍ମ 'ଗୀତା ଗୋବିନ୍ଦମ୍'ରେ ନଜର ଆସିଥିଲେ। ଏହା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ପ୍ରମାଣିତ ହୋଇଥିଲା। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଲୋକେ ଖୁବ ପସନ୍ଦ କରିଥିଲେ। ଏହାପରେ 'ଡିୟର କମରେଡ୍'ରେ ମଧ୍ୟ ଉଭୟ ଏକାଠି ନଜର ଆସିଥିଲେ।