ଆଶ୍ଚର୍ଯ୍ୟ ନୁହେଁ ସତ: ଲୋକପ୍ରିୟତାରେ ମୋଦିଙ୍କ ଠୁ ବଳିଗଲେ ଆମିର

ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଲେ ବଲିଉଡ ଅଭିନେତା ଆମିର ଖାନ୍। ଦଙ୍ଗଲ ଫିଲ୍ମର  ସଫଳତା ପରେ ଚୀନରେ ବଲିଉଡ ଅଭିନେତା ଆମିର ଖାନଙ୍କ କ୍ରେଜ ଅନେକ ବଢିଯାଇଛି।  ଲୋକପ୍ରିୟତା ଶୀର୍ଷରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇ ଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, ଚୀନର ମାଇକ୍ରୋ ବ୍ଲଗିଂ ଓ୍ବେବସାଇଟରେ ଥିବା ଆମିରଙ୍କ  ଆକାଉଣ୍ଟରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା 5 ଲକ୍ଷ 86 ହଜାର 591 ହୋଇଛି । ଏହି ରେକର୍ଡରେ ସେ ମାଦିଙ୍କ ଠାରୁ ଅନେକ ଆଗରେ ରହିଛନ୍ତି।  ଏହା ଚୀନର ସବୁଠୁ ଲୋକପ୍ରିୟ ଓେ୍ବସାଇଟ ହୋଇଥିବା ବେଳେ ଆମିର ଖାନ୍ ସବୁଠୁ ଲୋକପ୍ରିୟ କଳାକାର ହୋଇଛଇନ୍ତି।