ଆମୀର ଖାନ୍‌ଙ୍କ ପୁଅ କରିବେ ଆକ୍ଟିଂ

  ବି-ଟାଉନରେ ଏବେ ଚର୍ଚ୍ଚା ଚାଲିଛି ଷ୍ଟାର କିଡସ୍ ମାନଙ୍କ ଆକ୍ଟିଂକୁ ନେଇ। ଏଥି ମଧ୍ୟରେ ଆଉ ଜଣେ ଷ୍ଟାର କିଡ୍ ଖୁବ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ଏ କଥା ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ ଯେ କେଉଁ ଷ୍ଟାରଙ୍କ ପୁଅ କି ଝିଅ ଆକ୍ଟିଂ କରିବେ? ସେ ଆଉକେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡ ଷ୍ଟାର ଆମୀର ଖାନଙ୍କ ପୁଅ ଜୁନେଦ୍ ଖାନ। ମାତ୍ର ୧୦ ଦିନ ଭିତରେ ସେ ଆକ୍ଟିଂରେ […]

amir khan son

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 08:44 PM IST

 

ବି-ଟାଉନରେ ଏବେ ଚର୍ଚ୍ଚା ଚାଲିଛି ଷ୍ଟାର କିଡସ୍ ମାନଙ୍କ ଆକ୍ଟିଂକୁ ନେଇ। ଏଥି ମଧ୍ୟରେ ଆଉ ଜଣେ ଷ୍ଟାର କିଡ୍ ଖୁବ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ଏ କଥା ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ ଯେ କେଉଁ ଷ୍ଟାରଙ୍କ ପୁଅ କି ଝିଅ ଆକ୍ଟିଂ କରିବେ? ସେ ଆଉକେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡ ଷ୍ଟାର ଆମୀର ଖାନଙ୍କ ପୁଅ ଜୁନେଦ୍ ଖାନ। ମାତ୍ର ୧୦ ଦିନ ଭିତରେ ସେ ଆକ୍ଟିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ହେଲେ ସେ କୌଣସି ଫିଲ୍ମ୍ କି ଟେଲିଭିଜନରେ ନୁହେଁ ବରଂ ଥିଏଟରରେ ଆକ୍ଟିଂ ଡେବ୍ୟୁ କରିବାକୁ ଯାଉଛନ୍ତି।  ଏକ ନାଟକରେ ଅମୀରଙ୍କ ପୁଅ ଆକ୍ଟିଂ କରିବାକୁ ଯାଉଛନ୍ତି। ଏହି ନାଟକ ପାଇଁ ଓପନ ଅଡିସନ ରଖାଯାଇଥିଲା।  ଏଥିପାଇଁ ହଠାତ୍‌ ଏହାର ନିର୍ଦ୍ଦେଶକଙ୍କ ନିକଟକୁ ଜୁନେଦ ଅଭିନୟ ପାଇଁ ଏକ କଲ କରିଥିଲେ ଏବଂ ଜୁନେଦ ଖାନ କହିଥିଲେ ଯେ ତାଙ୍କ ପାଖରେ ଅକ୍ଟିଂକୁ ନେଇ ବେଶ ଭଳ ସ୍କିଲ୍‌ ରିହିଛି। ଏବଂ କାମ କରିବା ପାଇଁ ସେ ଜଲଦି ଆସିବା ଏବଂ ଡେରିରେ ଜିବାକୁ ମଧ୍ୟ ରାଜି ଥିଲେ। ତେଣୁ ନିର୍ଦ୍ଦେଶକ ଅମୀରଙ୍କ ପୁଅ ଜୁନେଦଙ୍କୁ ନେଇ ଏହି ନାଟକ ବନାଇବାକୁ ଯାଉଛନ୍ତି।

Related story