କେବିସି ମଞ୍ଚରେ ଭାବୁକ ହୋଇଗଲେ ବିଗ୍‌ ବି: ଜାଣନ୍ତୁ କ’ଣ ଥିଲା କାରଣ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବେ କୌନ ବନେଗା କରୋଡପତି (କେବିସି) ମଞ୍ଚରେ ନିଜ ଜଲୱା ଦେଖାଉଛନ୍ତି। ଏହି ମଞ୍ଚରେ ଘଟିଥିବା ଏକ ଘଟଣା ଏହି ମେଗାଷ୍ଟାରଙ୍କୁ ଭାବୁକ କରିଦେଇଛନ୍ତି। ଜଣେ ଖେଳାଳି ତାଙ୍କ ବାପାଙ୍କୁ ଏମିତି କିଛି ମାଗି ବସିଲେ ଯାହା କେବଳ ଅମିତାଭଙ୍କୁ ନୁହେଁ ସେଠାରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା। କେବିସି ମଞ୍ଚରେ ହଟ୍‌ ସିଟରେ ବସିଥିଲେ ଦଶମ ପାସ୍‌ ଝିଅ ମିନାକ୍ଷୀ ଜୈନ। ବାପାମାଆ, ୫ ଭଉଣୀ ଓ […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 11:45 AM IST

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବେ କୌନ ବନେଗା କରୋଡପତି (କେବିସି) ମଞ୍ଚରେ ନିଜ ଜଲୱା ଦେଖାଉଛନ୍ତି। ଏହି ମଞ୍ଚରେ ଘଟିଥିବା ଏକ ଘଟଣା ଏହି ମେଗାଷ୍ଟାରଙ୍କୁ ଭାବୁକ କରିଦେଇଛନ୍ତି। ଜଣେ ଖେଳାଳି ତାଙ୍କ ବାପାଙ୍କୁ ଏମିତି କିଛି ମାଗି ବସିଲେ ଯାହା କେବଳ ଅମିତାଭଙ୍କୁ ନୁହେଁ ସେଠାରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା।

କେବିସି ମଞ୍ଚରେ ହଟ୍‌ ସିଟରେ ବସିଥିଲେ ଦଶମ ପାସ୍‌ ଝିଅ ମିନାକ୍ଷୀ ଜୈନ। ବାପାମାଆ, ୫ ଭଉଣୀ ଓ ଭାଇଙ୍କୁ ନେଇ ତାଙ୍କ ପରିବାର। ଶୋ’ରେ ସେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି। ଶୋ’ ଚାଲିଥିବା ବେଳେ ମିନାକ୍ଷୀଙ୍କୁ ତାଙ୍କ ବାପାଙ୍କୁ ଏକ ଉପହାର ମାଗିବାର ସୁଯୋଗ ମିଳିଥିଲା। ଏଥିରେ ମିନାକ୍ଷୀ ତାଙ୍କ ବାପାଙ୍କୁ ମୁଖାଗ୍ନି ଦେବାର ଅଧିକାର ଦେବାକୁ କହିଥିଲେ। ସେ ଓ ତାଙ୍କ ୫ ଭଉଣୀଙ୍କୁ ଏହି ଅଧିକାର ମିଳୁ ବୋଲି ସେ ତାଙ୍କ ବାପାଙ୍କ ନିକଟରେ ଅନୁରୋଧ କରିଥିଲେ। ଯାହା କେବିସି ସେଟ୍‌ରେ ଉପସ୍ଥିତ ଅମିତାଭଙ୍କ ସମେତ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା। ଏହାସହ ସେ ଜିତିଥିବା ୫୦ ଲକ୍ଷ ଟଙ୍କାରେ ପ୍ରଥମେ ତାଙ୍କ ବାପାଙ୍କ ପାଇଁ ଏକ କାର କିଣିବେ ବୋଲି କହିଛନ୍ତି।

ମିନାକ୍ଷୀଙ୍କୁ ତାଙ୍କ ଭଉଣୀମାନେ ଗୁଗୁଲ ବୋଲି ଡାକିଥାନ୍ତି। ସେ ବି ଗୁଗୁଲ ପରି ଜ୍ଞାନ ହାସଲ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି। ଜଣେ ୧୦ମ ପାସ୍‌ ଝିଅ ହୋଇଥିଲେ ବି ଗୁଗୁଲରୁ ସେ ସାରା ଦୁନିଆର ଜ୍ଞାନ ଆହୋରଣ କରୁଥିବା କହିଛନ୍ତି।

Related story