୧୦୨ ବର୍ଷିୟ ଅମିତାଭଙ୍କ ପୁଅ ହେବ ୭୫ ବର୍ଷିୟ ରିଷି: ୨୬ବର୍ଷ ପରେ ଏକାଠି ହେଉଛନ୍ତି ଦୁଇ ମହାନାୟକ

ମୁମ୍ବାଇ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ପରଦାରେ ଏକାଠି ନଜର ଆସିବେ ମହାନାୟକ ଅମିତାଭ ବଚ୍ଚନ ଓ ରିଷି କପୁର। ପୂର୍ବରୁ ଦୁହେଁ ୧୯୯୧ରେ ଫିଲ୍ମ ଅଜୁବା ରେ କାମ କରିଥିଲେ। ଆଗକୁ ଆପଣ ଦେଖିବାକୁ ପାଇବେ ଦୁହିଁଙ୍କ ଅଭିନିତ ଫିଲ୍ମ “୧୦୨ ନଟ୍ ଆଉଟ୍” ।  ଏଥିରେ ଅମିତାଭ ବଚ୍ଚନ ୧୦୨ ବର୍ଷର ବୃଦ୍ଧ ଭୂମିକାରେ ଆସୁଥିବା ବେଳେ ୭୫ ବର୍ଷର ତାଙ୍କ ପୁଅ ହେଇଛନ୍ତି ରିଷି କପୁର। […]

amitabh

amitabh

Rakesh Mallick
  • Published: Friday, 19 May 2017
  • Updated: 19 May 2017, 05:24 PM IST

Sports

Latest News

ମୁମ୍ବାଇ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ପରଦାରେ ଏକାଠି ନଜର ଆସିବେ ମହାନାୟକ ଅମିତାଭ ବଚ୍ଚନ ଓ ରିଷି କପୁର। ପୂର୍ବରୁ ଦୁହେଁ ୧୯୯୧ରେ ଫିଲ୍ମ ଅଜୁବା ରେ କାମ କରିଥିଲେ। ଆଗକୁ ଆପଣ ଦେଖିବାକୁ ପାଇବେ ଦୁହିଁଙ୍କ ଅଭିନିତ ଫିଲ୍ମ "୧୦୨ ନଟ୍ ଆଉଟ୍" ।  ଏଥିରେ ଅମିତାଭ ବଚ୍ଚନ ୧୦୨ ବର୍ଷର ବୃଦ୍ଧ ଭୂମିକାରେ ଆସୁଥିବା ବେଳେ ୭୫ ବର୍ଷର ତାଙ୍କ ପୁଅ ହେଇଛନ୍ତି ରିଷି କପୁର।

ଉମେଶ ଶୁକ୍ଳାଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୦୨ ନଟ୍ ଆଉଟରେ ଏହି ସୁପରହିଟ୍‌ ଯୋଡ଼ିକୁ ଏକା ସାଙ୍ଗେ ଦେଖିବାକୁ ମିଳିବ। ଏହି ଫିଲ୍ମର ଲେଖକ, ନିର୍ଦ୍ଦେଶକ ସୋମ୍ୟା ଯୋଶିଙ୍କ ଚର୍ଚ୍ଚିତ ଗୁଜୁରାଟି ନାଟକର ରୂପାନ୍ତରଣ ହେଉଛି ଫିଲ୍ମ ୧୦୨ ନଟ୍ ଆଉଟ୍।  ଚଳଚ୍ଚିତ୍ରଟି ବାପାପୁଅ ଭିତରେ ଥିବା ଭାବାବେଗ ଉପରେ ପର୍ଯ୍ୟବେସିତ। ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇଛି। ପୂର୍ବରୁ ଅମର ଆକବର ଆନ୍ଥୋନି, କଭିକଭି, କୁଲି, ନସିବ ପରି ଫିଲ୍ମରେ  ନିଜର କମାଲ ଦେଖେଇ ସାରିଛନ୍ତି ଏହି ରେଟ୍ରୋ ଯୋଡ଼ି।

Courtesy-BBC HINDI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos