ଏହି ଅଭିନେତାଙ୍କ ସବୁଠୁ ବଡ଼ ଫ୍ୟାନ୍‌ ହେଉଛନ୍ତି ବିଗ୍‌ ବି

ମୁମ୍ବାଇ: ଅଗଣିତ ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ କମ୍‌ ଲୋକଙ୍କର ପ୍ରଶଂସା କରନ୍ତି।  କିନ୍ତୁ ନିକଟରେ  ହୋଇଥିବା ଏକ ସାକ୍ଷତକାରରେ ସେ  ନିଜ ମନପସନ୍ଦର କଳାକାରଙ୍କ ବିଷୟରେ କହିଛନ୍ତି। ତାଙ୍କର ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଅମିତାଭ କହିଛନ୍ତି, ‘‘ସେ ଜଣେ ଭିନ୍ନ ଧରଣର କଳାକାର। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଭଲ କାମ କରିଛନ୍ତି। ତାଙ୍କ ପ୍ରତିଭା ଭଗବାନଙ୍କ ଉପହାର ବୋଲି ମୁଁ ଭାବେ। ଏଣୁ ମୁଁ ତାଙ୍କର […]

amitabh-bachchan

amitabh-bachchan

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 09:36 AM IST

Sports

Latest News

ମୁମ୍ବାଇ: ଅଗଣିତ ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ କମ୍‌ ଲୋକଙ୍କର ପ୍ରଶଂସା କରନ୍ତି।  କିନ୍ତୁ ନିକଟରେ  ହୋଇଥିବା ଏକ ସାକ୍ଷତକାରରେ ସେ  ନିଜ ମନପସନ୍ଦର କଳାକାରଙ୍କ ବିଷୟରେ କହିଛନ୍ତି। ତାଙ୍କର ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଅମିତାଭ କହିଛନ୍ତି, ‘‘ସେ ଜଣେ ଭିନ୍ନ ଧରଣର କଳାକାର। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଭଲ କାମ କରିଛନ୍ତି। ତାଙ୍କ ପ୍ରତିଭା ଭଗବାନଙ୍କ ଉପହାର ବୋଲି ମୁଁ ଭାବେ। ଏଣୁ ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ୍‌।’’

ଆପଣ ଭାବୁଥିବେ ସେ ଅଭିନେତା ଜଣକ କିଏ? ଯାହାକୁ ଅମିତାଭ ଏତେ ପ୍ରଶଂସା କରୁଛନ୍ତି। ସେ ଅଭିନେତା ଜଣକ ହେଉଛନ୍ତି ରଣବୀର କପୁର। ନିକଟରେ ତାଙ୍କ ଫିଲ୍ମ ‘ସଞ୍ଜୁ’ର ଟିଜର ରିଲିଜ୍‌ ହେବାପରେ ଚାରିଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଏଥିରେ ରଣବୀରଙ୍କ ଅଭିନୟ ସହ ଲୁକ୍‌କୁ ମଧ୍ୟ ଖୁବ୍‌ ପ୍ରଶଂସା କରାଯାଇଛି। ‘ସଞ୍ଜୁ’ ରଣବୀରଙ୍କର ଏ ବର୍ଷର ସବୁଠୁ ବଡ଼ ପ୍ରୋଜେକ୍ଟର ଫିଲ୍ମ ଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ରଣବୀରଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏ ଲିଷ୍ଟରେ ସବୁଠୁ ଆଗରେ ଅଛନ୍ତି ବିଗ୍‌ ବି ଅମିତାବ ବଚ୍ଚନ। କିନ୍ତୁ ଏକ ଇଣ୍ଟରେଷ୍ଟିଂ କଥା ହେଲା ଅମିତାଭ ତାଙ୍କୁ ଫିଲ୍ମ ‘ସଞ୍ଜୁ’ ପାଇଁ ନୁହେଁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ପ୍ରଶଂସା କରିଛନ୍ତି।

ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅମିତାଭ ଓ ରଣବୀର ଏକାଠି ଅଭିନୟ କରିବେ। ପ୍ରଥମ ଥର ପାଇଁ ଅମିତାଭ ଓ ରଣବୀରଙ୍କୁ ଏକାଠି କାମ କରିବାର ଦେଖିବାକୁ ମିଳିବ। ତାଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ପରଦାକୁ ଆସୁଛନ୍ତି।

ଏହା ପୂର୍ବରୁ ରଣବୀର ଅମିତାଭ ବଚ୍ଚନଙ୍କ ଫିଲ୍ମରେ ସହ ନିର୍ଦ୍ଦେଶକ ଥିଲେ। ଅମିତାଭ କହିଥିଲେ ସେ ସମୟରେ ରଣବୀର ରାଣୀ ମୂଖାର୍ଜିଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରୁଥିବା ଶିଶୁ କଳାକାର ଆୟାଶା କପୁରଙ୍କୁ ସେଟ୍‌ରେ ଅଭିନୟର ଟ୍ରେନିଂ ଦେଉଥିଲେ। ଗୋଟିଏ ପଟେ ଅମିତାଭ ରଣବୀରଙ୍କ ବାପା ରିଷିଙ୍କ ସହ ଫିଲ୍ମ ‘୧୦୨ ନଟ୍‌ ଆଉଟ୍‌’ରେ ଅଭିନୟ କରୁଛନ୍ତି ଯାହା କି ଖୁବ୍‌ଶୀଘ୍ର ରିଲିଜ ହେବାରେ ଅଛି। ଅନ୍ୟପଟେ ରିଷିଙ୍କ ପୁଅ ରଣବୀରଙ୍କ ସହ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos