ଏମିତି କିଛି ଖୁଲାସା କଲେ ଅମିତାଭ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ପ୍ରାୟ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରୁହନ୍ତି। ସେ ସବୁବେଳେ କିଛି ନା କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। କିନ୍ତୁ ନିକଟରେ ସେ ନିଜ ଅତୀତର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହାର କାହାଣୀ ଖୁବ୍‌ ନିଆରା। ଫଟୋ ସେୟାର କରି ଅମିତାଭ ଏଥିରେ ଲେଖିଛନ୍ତି, ଏହା ତାଙ୍କ ପୋର୍ଟଫୋଲିଓ ଫଟୋ। ଯାହାକୁ ନେଇ ସେ ପ୍ରଥମେ କାମ ମାଗିବାକୁ ଯାଇଥିଲେ, କିନ୍ତୁ ରିଜେକ୍ଟ ହୋଇଯାଇଥିଲେ। […]

amitabh_bachchan

amitabh_bachchan

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 09:49 AM IST

Sports

Latest News

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ପ୍ରାୟ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରୁହନ୍ତି। ସେ ସବୁବେଳେ କିଛି ନା କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। କିନ୍ତୁ ନିକଟରେ ସେ ନିଜ ଅତୀତର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହାର କାହାଣୀ ଖୁବ୍‌ ନିଆରା।

big-bଫଟୋ ସେୟାର କରି ଅମିତାଭ ଏଥିରେ ଲେଖିଛନ୍ତି, ଏହା ତାଙ୍କ ପୋର୍ଟଫୋଲିଓ ଫଟୋ। ଯାହାକୁ ନେଇ ସେ ପ୍ରଥମେ କାମ ମାଗିବାକୁ ଯାଇଥିଲେ, କିନ୍ତୁ ରିଜେକ୍ଟ ହୋଇଯାଇଥିଲେ। ତାଙ୍କର ଏହି ଫଟୋ ୧୯୬୮ର ଥିଲା।

ଅମିତାଭଙ୍କ ପ୍ରଥମ ଫିଲ୍ମ ଥିଲା ‘ସାତ୍‌ ହିନ୍ଦୁସ୍ତାନୀ’ ଯାହା କି ୧୯୬୯ରେ ରିଲିଜ ହୋଇଥିଲା। ଏକ ସାକ୍ଷତକାରରେ ଅମିତାଭ କହିଥିଲେ ଯେ, ସେ ଏହି ଫିଲ୍ମ ପାଇଁ ଅନେକ ଥର ରିଜେକ୍ଟ ହୋଇଥିଲେ। ଏହାସହ ନିଜ କ୍ୟାରିୟର ଆରମ୍ଭରେ କାମ ପାଇଁ ମଧ୍ୟ ସେ ଅନେକ ସଂଘର୍ଷ କରିଥିଲେ। ତାଙ୍କ ଉଚ୍ଚତା ଓ ତାଙ୍କ କଣ୍ଠ ସ୍ୱରକୁ ନେଇ ଅନେକ ମଜା ଉଡ଼ାଇଥିବା ମଧ୍ୟ ଶୁଣିବାକୁ ମିଳିଥିଲା।

ଏବେ ସେ ନିଜ ପୁରୁଣା ସ୍ମୃତିକୁ ମନେପକାଇ ନିଜ ଫିଲ୍ମ କ୍ୟାରିୟରର ପ୍ରଥମ ଫଟୋ ସେୟାର କରି ଲେଖିଛନ୍ତି...

ଜବ୍‌ ଆପ୍ଲିକେସନ- ଅମିତାଭ ବଚ୍ଚନ

ଜନ୍ମ -୧୧.୧୦ ୧୯୪୨

ଫିଲ୍ମ ଅନୁଭବ- ୪୯ ବର୍ଷର, ୨୦୦ରୁ ଅଧିକ ଫିଲ୍ମ

ଉଚ୍ଚତା- ୬ ଫିଟ୍‌ ୨ଇଞ୍ଚ। ଉଚ୍ଚତା କାରଣରୁ କୌଣସି ସମସ୍ୟା ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos